26.1 C
Bhubaneswar
Saturday, October 19, 2024
Homeଖେଳଭିସା ସମସ୍ୟା ନେଇ ୭ ଫୁଟ୍‌ବଲର୍ ବିମାନ ଯାତ୍ରାରୁ ବଞ୍ଚିତ

ଭିସା ସମସ୍ୟା ନେଇ ୭ ଫୁଟ୍‌ବଲର୍ ବିମାନ ଯାତ୍ରାରୁ ବଞ୍ଚିତ

ମୁମ୍ବାଇ: ଠିକ୍ ସମୟରେ ଭିସା ନ ମିଳିବାରୁ ଭାରତୀୟ ଫୁଟ୍‌ବଲ୍ ଦଳର ୭ ଜଣ ଖେଳାଳି ବିମାନ ଯାତ୍ରାରୁ ବଞ୍ଚିତ ହୋଇଛନ୍ତି । ଫଳରେ ମୁଖ୍ୟ କୋଚ୍ ଇଗୋର୍ ଷ୍ଟିମାକ୍ ଓ ସପୋର୍ଟ ଷ୍ଟାଫ୍‌ଙ୍କ ସହ ୨୫ ଜଣିଆ ଭାରତୀୟ ଦଳର ୧୮ ସଦସ୍ୟ ସୋମବାର ମୁମ୍ବାଇରୁ ଯାଇ ବାହାରିନ୍ ରାଜଧାନୀ ମାନାମାରେ ପହଞ୍ଚିିଛନ୍ତି । ସେଠାରେ ଭାରତୀୟ ଦଳ ଆୟୋଜକ ବାହାରିନ୍ ଓ ବେଲାରୁଷ ବିପକ୍ଷରେ ଯଥାକ୍ରମେ ବୁଧବାର ଓ ଶନିବାର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ । ନିର୍ଦ୍ଧାରିତ ସମୟରେ ଭିସା ମଞ୍ଜୁର ନହେବାରୁ ଭାରତୀୟ ଦଳର ଗୋଲ୍‌କିପର୍ ଅମ୍ରିନ୍ଦର ସିଂହ, ଡିଫେଣ୍ଡର୍ ଚିଙ୍ଗଲେନ୍‌ସାନା ସିଂହ ଓ ଆକାଶ ମିଶ୍ର, ମିଡ୍‌ଫିଲ୍ଡର ଅନିରୁଦ୍ଧ ଥାପା, ବ୍ରାଣ୍ଡନ୍ ଫର୍ଣ୍ଣାଣ୍ଡେଜ୍‌, ଅନିକେତ୍ ଯାଦବ ଓ ବିପିନ୍ ସିଂ ସୋମବାର ଫ୍ଲାଇଟ୍ ହରାଇଥିଲେ । ଏହି ଖେଳାଳିଙ୍କ ଅନୁପସ୍ଥିତିରେ ବାହରିନ୍ ପରି ଶକ୍ତିଶାଳୀ ଦଳ ବିପକ୍ଷରେ ଚୂଡ଼ାନ୍ତ ଏକାଦଶ ଗଠନକୁ ନେଇ ମୁଖ୍ୟ କୋଚ୍ ଷ୍ଟିମାକ୍ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଯଦି ଠିକ୍ ସମୟରେ ସେମାନେ ନପହଞ୍ଚନ୍ତି, ତେବେ ଉପଲବ୍ଧ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଅଖିଳ ଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ କୁହାଯାଇଛି, ଏହି ସାତଜଣ ଖେଳାଳିଙ୍କ ଭିସା ସମସ୍ୟାର ଶୀଘ୍ର ସମାଧାନ କରାଯିବ ଏବଂ ସେମାନେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମାନାମାରେ ପହଞ୍ଚିଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking