28.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶବିଜେପିରେ ଯୋଗଦେଲେ ସୀତା ସୋରେନ୍‌

ବିଜେପିରେ ଯୋଗଦେଲେ ସୀତା ସୋରେନ୍‌

ଝାଡଖଣ୍ଡ : ବିଜେପିରେ ଯୋଗଦେଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରମୁଖ ଶିବୁ ସୋରେନ୍‌ଙ୍କ ବଡ ବୋହୂ ସୀତା ସୋରେନ୍‌। କିଛି ସମୟ ପୂର୍ବେ ସେ ଜେଏମ୍‌ଏମ୍‌ର ପଦ ଓ ପ୍ରାଥମିକତା ସଦସ୍ୟରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଥିଲେ। ଝାଡଖଣ୍ଡ ବିଜେପିର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସୀତା ସୋରେନ୍‌ ବିଜେପିରେ ସାମିଲ ହୋଇଛନ୍ତି। ଆଗକୁ ସେ ବିଜେପି ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି ବୋଲି କୁହାଯାଉଛି। ବିଜେପିରେ ସାମିଲ ହେବା ପରେ ସୀତା ସୋରେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ‘ଆଜି ମୁଁ ବିଶାଳ ପରିବାରରେ ସାମିଲ ହୋଇଛି। ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରା ପୂରା ଭାରତ ଓ ବିଶ୍ୱକୁ ପ୍ରଭାବିତ କରୁଛି। ଚାରିଆଡେ ବିକାଶର କାର୍ଯ୍ୟ ଚାଲିଛି। ସମସ୍ତେ ମିଳିତ ଭାବେ ଦେଶର ବିକାଶରେ ସହଯୋଗ କରୁଛନ୍ତି। ଆଜି ସମସ୍ତେ ଏହି ପରିବାରରେ ଯୋଗ ଦେଉଛନ୍ତି। ଝାଡଖଣ୍ଡ ଆଜି ବି ବିକାଶ ଠାରୁ ବହୁ ଦୂରରେ। ଆମକୁ ଝାଡଖଣ୍ଡକୁ ବଞ୍ଚାଇବାକୁ ପଡିବ ଏବଂ ନ୍ୟାୟ ଦେବାକୁ ହେବ। ସେଥିପାଇଁ ମୁଁ ମୋଦି ଜି’ଙ୍କ ପରିବାରରେ ଯୋଗ ଦେଇଛି।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking