20.1 C
Bhubaneswar
Sunday, February 15, 2026
Homeଓଡିଶାଆଜି କଟକରେ ବସିବ ଏସଆଇଟି ବୈଠକ

ଆଜି କଟକରେ ବସିବ ଏସଆଇଟି ବୈଠକ

ଭୁବନେଶ୍ୱର : ଆଜି ବସୁଛି କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକସ୍ଥିତ ବାସଭବନରେ ବସିବ ବୈଠକ । ଏଥିରେ ଯୋଗଦେବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଏଥିପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ ନବୀନ। ତାଙ୍କ ସହ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ଚେୟାରମେନ ରବି ଅଗ୍ରୱାଲ ଏବଂ ଭାରତର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ମଧ୍ୟ ଓଡ଼ିଶା ଆସିଛନ୍ତି। ଏହି ତିନି ଅଧିକାରୀ ଆଜି ଏସଆଇଟି ବୈଠକରେ ଯୋଗଦେବେ । ଏହି ବୈଠକରେ ମୁଖ୍ୟତଃ ନିର୍ବାଚନ ସମୟରେ ଆୟକର ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା କରାଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ଉପରେଆଲୋଚନା କରାଯିବ । ନିର୍ବାଚନ ସମୟରେ ମିଳିଥିବା ସକରାତ୍ମକ ଫଳାଫଳ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟକୁ ପ୍ରଶଂସା କରାଯିବ। ରାଜ୍ୟରେ ସରକାର ପରିବର୍ତ୍ତନ, କଳାଧନ ଏବଂ ଟିକସ ଫାଙ୍କିବା ଭଳି ପ୍ରମୁଖ ପ୍ରସଙ୍ଗ ସହ ଉଈଊଞ ଅଧିକାରୀଙ୍କ ଓଡିଶା ଗସ୍ତ ଗୁରୁତ୍ୱ ବହନ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking