16.1 C
Bhubaneswar
Tuesday, November 26, 2024
Homeବ୍ରେକୀଙ୍ଗମନ୍ତ୍ରୀଙ୍କ ସଂପୃକ୍ତି ନେଇ ଏସଆଇଟି ତଦନ୍ତ କରୁ: ନରସିଂହ

ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଏସଆଇଟି ତଦନ୍ତ କରୁ: ନରସିଂହ

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ମାମଲାରେ ସ୍ଥାନୀୟ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଯେଉଁ ଗୁରୁତର ଅଭିଯାଗ ଆସିଛି ସେ ବିଷୟରେ ଏସଆଇଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି । ଏଥିସହ ଓଡିଶାରେ ନାବାଳିକା ନିର୍ଯାତନା, ଦୁଷ୍କର୍ମ ଭଳି ଘଟଣା ବ୍ୟାପକ ହେବା ଜନସଂଖ୍ୟା ତୁଳନାରେ ଓଡିଶା ଆଗରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପାଇଁ ମଧ୍ୟ ଦାବି କରୁଛି । ଏହାଛଡା ପରୀ ମାମଲାରେ ହାଇକୋର୍ଟ ଏସଆଇଟି ତଦନ୍ତକୁ ଅନୁଧ୍ୟାନ କରୁଛନ୍ତି ବୋଲି କୁହାଯାଇଛି । ଏନେଇ ହାଇକୋର୍ଟଙ୍କ ଏକ ରାୟର ନଜିର ରଖାଯାଇଛି ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆଜି ତାଙ୍କ ସରକାରୀ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ପରି ମାମଲାରେ କହିଥିଲେ ଯେ, ସ୍ଥାନୀୟ ମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି ସେ ଫୋନରେ ଏହି କେସ ସଂପର୍କରେ ରାହା ସହିତ କଥା ହେଉଥିଲେ । ଏହାକୁ ଅନୁସନ୍ଧାନ କରାଯିବା ଆବଶ୍ୟକ । ମନ୍ତ୍ରୀ ପ୍ରକୃତରେ କଥା ହେଉଥିଲେ କି ନାହିଁ, ଯଦି କଥା ହେଉଥିଲେ ଏହି କେସ ସଂପର୍କରେ କଥା ହେଉଥିଲେ କି ନାହିଁ , ଯଦି ଏହି କେସ ସଂପର୍କରେ କଥା ହେଉଥିଲେ ତେବେ ଦୋଷୀକୁ ଘଣ୍ଟ ଘୋଡାଇବା ପାଇଁ କଥା ହେଉଥିଲେ କି ନାହିଁ ଏହି କଥାକୁ ମଧ୍ୟ ଅନୁସନ୍ଧାନ କରା ଉ । ଏସଆଇଟି ଅନୁସନ୍ଧାନ କରି ଲୋକଲୋଚନକୁ ଆଣୁ ବାସ୍ତବିକ ଏହା କେତେ ସତ । କଂଗ୍ରେସ ଦଳ କାହାକୁ ସାହାଯ୍ୟ କରିବାକୁ ଚାହେଁନାହିଁ । କିମ୍ବା ରାଜନୀତି ମଧ୍ୟ କରିବାକୁ ଚାହିଁନାହିଁ ବୋଲି ସେ କହିଛନ୍ତି ।


ସେ କହିଛନ୍ତି ଲୋକସଂଖ।। ଅନୁସାରେ ନାବାଳିକ ନିର୍ଯାତନା ମାମଲାରେ ଓଡିଶା ଯେହେତୁ ୧ ନମ୍ବର ସରକାରୀ ସ୍ତରରେ ଉତ୍ତରପ୍ରଦେଶ ୧ ନମ୍ବର ହେଲେ ବି ଜନସଂଖ୍ୟା ଦୃଷ୍ଟିରୁ ଓଡିଶା ୧ ନମ୍ବର । ଓଡିଶା ତୁଳନାରେ ଉତ୍ତରପ୍ରଦେଶର ଲୋକସଂଖ୍ୟା ୫ ଗୁଣ । ଏଣୁ ଓଡିଶା ୧ ନମ୍ବର । ଓଡିଶା ସରକାର ଏଥିନେଇ ଦାୟୀ । ସେଥିପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ । ବିଜେପି କାହିଁକି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁନି । ସରକାରୀ ରେକର୍ଡ କହୁଛି ନାବାଳିକା ନିର୍ଯାତନାରେ ଓଡିଶାରେ ଅଧିକ ହୋଇଛି । ଏହାର ଉତ୍ତରଦାୟୀ ହେଉଛନ୍ତି ଗୃହ ବିଭାଗ ଅର୍ଥାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେ କହିଛନ୍ତି ହାଇକୋର୍ଟ ଏବେ ଏସଆଇଟି ତଦନ୍ତକୁ ତଦାରଖ କରୁଛନ୍ତି । ଗତ ୧୬ ତାରିଖରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶନାମାରେ ଏକଥା ସ୍ପଷ୍ଟ ହୋଇଛି । ୨୪ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ହାଇକୋର୍ଟ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି । ଏସଆଇଟି ଅଭିଯୁକ୍ତକୁ ଗିରଫ କରିଛି ବୋଲି ଦର୍ଶାଇଛି । ୨୪ ତାରିଖରେ ହାଇକୋର୍ଟରେ ଏସଆଇଟି ତାର ରିପୋର୍ଟ ଦାଖଲ କରିବ । ଏହାକୁ କୋର୍ଟ ଗ୍ରହଣ କରୁଛନ୍ତି କି ନାହିଁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଜଡିବ । ହାଇକୋର୍ଟ ଯଦି ଏହି ରିପୋର୍ଟକୁ ଗ୍ରହଣ ନକରନ୍ତି ଓ ଏସଆଇଟି ତଦନ୍ତକୁ ବିଶ୍ୱାସକୁ କେବେ ନନିଅନ୍ତି ସିବିଆଇକୁ ତଦନ୍ତ କରିବା ପାଇଁ ଦେଇପାରନ୍ତି । ସରକାର ଯେଉଁ ପ୍ରସ୍ତାବ ପଠାଇଥିଲେ ହାଇକୋର୍ଟ ତାକୁ ଗ୍ରହଣ କରିଛନ୍ତି । ସେହି ଏସଆଇଟି ଉପରେ ଭରଷା ବର୍ତମାନସୁ୍‌ଦ୍ଧା କୋର୍ଟ ରଖିଛନ୍ତ । ରିପୋର୍ଟ ପାଇଲା ପରେ କୋର୍ଟଙ୍କ ଆଭିମୁଖ୍ୟ କଣ ରହୁଛି ତାହା ଉପରେ ଭରଷା କରାଯିବା ଦରକାର । ଯଦି ବାସ୍ତବରେ ଏସାଇଟି ଯେଉଁ ଦୁଷ୍କର୍ମ ପରେ ହତ୍ୟାର ତଥ୍ୟ ରଖିଛି ତାହାକୁ କୋର୍ଟ ଗ୍ରହଣ କରିବେ କି ନାହିଁ ତାହା ମଧ୍ୟ ୨୪ ତାରିଖରେ ଜଣାପଡିଯିବ । ଏଣୁ ୨୪ ତାରିଖ ପର୍ଯ୍ୟନ୍ତ କୋର୍ଟଙ୍କ ମତାମତକୁ ଅପେକ୍ଷା ନକରି ହିନରାଜନୀତି କରାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମିଳନୀରେ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା , ଦଳୀୟ ନେତା ଜଗନ୍ନାଥ ପଟନାୟକ, ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ଯୁବନେତା ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking