ଲକ୍ଷ୍ନୌ: ଆତିକ୍ ଓ ଅସ୍ରଫ୍ ହତ୍ୟାମାମଲାରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କମିଟି ଗଠନ କରିସାରିଥିବାବେଳେ ଘଟଣାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ସୋମବାର ଏସ୍ଆଇଟି ଗଠନଦ କରାଯାଇଛି । ୟୁପି ପୁଲିସ ମହାନିର୍ଦ୍ଦେଶକ ଆର.କେ.ବିଶ୍ୱକର୍ମାଙ୍କ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ପ୍ରୟାଗରାଜ ଅତିରିକ୍ତ ପୁଲିସ ଡିଜି କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବାବେଳେ ପ୍ରୟାଗରାଜ ପୁଲିସ କମିଶନର ଏବଂ ଲକ୍ଷ୍ନୌସ୍ଥିତ ଫରେନ୍ସିକ୍ ଲ୍ୟାବ୍ ନିର୍ଦ୍ଦେଶକଙ୍କୁ ସଦସ୍ୟ ମନୋନୀତ କରାଯାଇଛି ।