ପୁରୀ: ଦେଢଶାଶୂକୁ ଦୁଷ୍କର୍ମ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସ ଭଉଣୀ ଜ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣକରିଛି । ମାତ୍ର କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସେ ହେଲା ଜି.ହରିଶଚନ୍ଦ୍ର । ପୋଲିସର ସୂଚନା ଅନୁଯାୟୀ,ଦେଢଶାଶୂଙ୍କ ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ଅଞ୍ଚଳରେ । ମାତ୍ର ତାଙ୍କ ଘରକୁ ଭୂବନେଶ୍ୱରର ଭଉଣୀ ଜ୍ୱାଇଁ ଜି.ହରିଶଚନ୍ଦ୍ର ଆସିଥିଲେ । ତେବେ ଦେଢଶାଶୂ ଘରେ ରାତିରେ ଶୋଇଥିବାବେଳେ ଭଉଣୀ ଜ୍ୱାଇଁ ତାଙ୍କୁ ଜୋରଜବରଦସ୍ତ ଅସଦାଚରଣ କରିଥିଲେ । ଏନେଇ ଦେଢଶାଶୂ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁ କରି ଭଉଣୀ ଜ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।