ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଚୁଡ଼ା ଗ୍ରାମର ଗେଡି ମୁଣ୍ଡିଆ ନିକଟରେ ସୋମବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁହେଁ ଭାଇ-ଭଉଣୀ ବୋଲି ଜଣାଯାଇଛି। ଉଭୟଙ୍କ ଘର ନୟାଗଡ଼ ଜିଲ୍ଲା ବାଉଁଶିଆପଡ଼ା ନିକଟ ବନମାଳୀପୁର ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଦୁହେଁ ଏକ ପଲସର୍ ଗାଡ଼ିରେ ଘରକୁ ଫେରୁଥିଲେ। ବୋଲଗଡ଼ ପୁଲିସ ଘଟଣାର ତଦନ୍ତ କରୁଛି।