32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମେ ୧୨ ପର୍ଯ୍ୟନ୍ତ ବଢ଼ିଲା ସିସୋଦିଆଙ୍କ ହାଜତ ମିଆଦ

ମେ ୧୨ ପର୍ଯ୍ୟନ୍ତ ବଢ଼ିଲା ସିସୋଦିଆଙ୍କ ହାଜତ ମିଆଦ

ନୂଆଦିଲ୍ଲୀ : ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଦିଲ୍ଳୀ ଅବକାରୀ ଘୋଟାଲା ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କ ବିଚାରବିଭାଗୀୟ ହାଜତ ମିଆଦ ମେ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିବିଆଇ ମାମଲାର ତଦନ୍ତ କରୁଛି । ସ୍ପେଶାଲ୍ ଜଜ୍ ଏମ୍‌କେ ନାଗପାଳ ଏହି ନିଷ୍ପତ୍ତି ଶୁଣାଇବା ସହିତ ଏପ୍ରିଲ୍ ୨୫ରେ ଦାଖଲ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ର କପି ସିସୋଦିଆଙ୍କ ଓକିଲଙ୍କୁ ଉପଲବ୍ଧ କରାଇବା ନିମନ୍ତେ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରବର୍ତ୍ତମାନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ସିସୋଦିଆଙ୍କ ହାଜତ ମିଆଦ ଗୁରୁବାର ଶେଷ ହୋଇଛି । ଘୋଟାଲାରେ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁକ୍ରବାର ସ୍ପେଶାଲ୍ କୋର୍ଟ ରାୟ ଦେଇପାରନ୍ତି । ସ୍ପେଶାଲ୍ ଜଜ୍ ଏମ୍‌କେ ନାଗପାଲ୍ ଜାମିନ ଆବେଦନର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ ।

ଏହା ପୂର୍ବରୁ ସିବିଆଇ ପ୍ରଥମ ଥର ପାଇଁ ନିଜ ଚାର୍ଜସିଟ୍‌ରେ ମନୀଷ ସିସୋଦିଆଙ୍କ ନାମ ଅଭିଯୁକ୍ତ ଭାବେ ସାମିଲ କରିଥିଲା । ମଙ୍ଗଳବାର ଏଜେନ୍ସି ଏହି ଚାର୍ଜସିଟ୍ ରାଉଜ ଆଭେନ୍ୟୁ କୋର୍ଟରେ ଦାଖଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking