18.1 C
Bhubaneswar
Saturday, November 23, 2024
Homeଓଡିଶାନନ୍ଦନକାନନରେ ତୃତୀୟଥର ପାଇଁ ମା’ ହେଲା ସିଂହୀ ବିଜ୍‌ଲୀ

ନନ୍ଦନକାନନରେ ତୃତୀୟଥର ପାଇଁ ମା’ ହେଲା ସିଂହୀ ବିଜ୍‌ଲୀ

ବାରଙ୍ଗ : ନନ୍ଦନକାନନ ପାଇଁ ଖୁସି ଖବର । ବିଜ୍‌ଲୀ ସିଂହୀ ସହିତ ସମ୍ରାଟ ସିଂହ ମିଳନରୁ ତୃତୀୟଥର ପାଇଁ ମା’ ହୋଇଛି ବିଜ୍‌ଲୀ । ମଙ୍ଗଳବାର ବିଜ୍‌ଲୀ ୪ଟି ଶାବକ ଜନ୍ମଦେଇଛି । ପର୍ଯ୍ୟାୟକ୍ରମେ ୨:୩୨ମିନିଟରେ ପ୍ରଥମ ଶାବକ, ୪:୧୬ରେ ଦ୍ୱିତୀୟ, ୫:୩୬ରେ ତୃତୀୟ ଓ ୭:୨୧ରେ ଚତୁର୍ଥ ପ୍ରସବ କରିଥିଲା । ପୂର୍ବରୁ ୫ଟି ଶାବକ ମଧ୍ୟରୁ ୩ଟି ମୃତ୍ୟୁ ହୋଇଥିବାବେଳେ ୨ଟି ଶାବକ ବଡ଼ ହୋଇସାରିଛନ୍ତି । ସେମାନେ ହେଲେ ବର୍ଷା ଓ କାମିନୀ । ଏବେ ସଫାରୀର ଫିଡିଙ୍ଗ ଚାମ୍ବରରେ ଏହି ନୂତନ ଶାବକକୁ ବିଜ୍‌ଲୀ କିପରି ଯନ୍‌ô ନେଉଛି ତା’ର ଗତିବିଧି ଉପରେ ସିସିଟିଭି ମାଧ୍ୟମରେ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି । ଫଳରେ ନନ୍ଦନକାନନରେ ସିଂହୀ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ଏସିଆନ ସିଂହ ୧୨ଟି, ଆଫ୍ରିକାନ୍ ସିଂହ ୧ଟି, ହାଇବ୍ରିଡ ସିଂହ ୭ଟି ରହିଥିବା ସୂଚନା ମିଳିଛି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୨୦ ଡିସେମ୍ବର ୨୦ତାରିଖରେ ଇନ୍ଦୋର କମଳା ନେହରୁ ଚିଡିଆଖାନାରୁ ଅଣାଯିବା ପରେ ସିଂହୀ ବିଜ୍‌ଲୀକୁ ସମ୍ରାଟ ନାମକ ଅଣ୍ଡିରା ସିଂହ ସହିତ ମିଶିବାକୁ ଦିଆଯାଇଥିଲା ଓ ୨୦୨୧ ଜୁଲାଇ ମାସ ୨୧ତାରିଖରେ ବିଜ୍‌ଲୀ ପ୍ରଥମେ ୪ଟି ଶାବକ ଜନ୍ମ ଦେଇଥିଲା । ସେବକ ପ୍ରଶାନ୍ତ ଗୌଡ ପୁଣି ତା’ର ଦ୍ୱିତୀୟ ଗର୍ଭର ଛୁଆକୁ ନିଜ ହାତରେ ଲାଳନପାଳନ କରି ବଡ଼କରି ତା’ର ନାଁ ରଖିଛନ୍ତି କାମିନୀ । ସେ ଏବେ ୮ମାସର ହୋଇସାରିଲାଣି । ନନ୍ଦନକାନନରେ ୨୦୦୪ ମସିହା ପରଠାରୁ ସିଂହ ବଂଶ ବୃଦ୍ଧିରେ ରୋକ୍ ଲାଗିଯାଇଥିଲା । ପରେ ବିଭିନ୍ନ ସ୍ଥାନରୁ ସିଂହମାନଙ୍କୁ ଅଣାଯାଇ ମିଳନ କରାଯାଇଥିଲେ ମଧ୍ୟ ବଂଶ ବୃଦ୍ଧି ହୋଇପାରି ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking