ସିଙ୍ଗାପୁର: ସିଙ୍ଗାପୁରର ଟିକାକରଣ ନିରୋଧୀ (ଆଣ୍ଟି-ଭେକ୍ସିନେସନ୍) ଗ୍ରୁପ ସହ ଜଡିତ ଜିପ୍ସନ୍ କ୍ୱାହ ନାମକ ୩୩ ବର୍ଷୀୟ ଜଣେ ଡାକ୍ତର ଲୋକମାନଙ୍କୁ କରୋନାର ଟିକା ବଦଳରେ ସାଲାଇନ୍ ସଲସନ୍ର ଇଞ୍ଜେକ୍ସନ୍ ଲଗାଇ ଦେଇଥିଲେ । ସେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ଟିକାକରଣ ରେଜିଷ୍ଟ୍ରିରେ ଭୁଲ୍ ତଥ୍ୟ ବି ଅପଲୋଡ୍ କରି କରିଛନ୍ତି । ଏହାପରେ ଜିପ୍ସନ୍ କ୍ୱାହଙ୍କ ଏପରି କାର୍ଯ୍ୟକଳାପ ପରେ ଜିପ୍ସନ୍ କ୍ୱାହଙ୍କୁ ସିଙ୍ଗାପୁର ମେଡିକାଲ କାଉନ୍ସିଲ୍ ୧୮ ମାସ ପାଇଁ ନିଲମ୍ବିତ କରିଛନ୍ତି । ମେଡିକାଲ କାଉନ୍ସିଲ ଅନୁସାରେ ୨୩ ମାର୍ଚ୍ଚରେ ଘଟଣା ବିଷୟରେ ଜଣା ପଡିଥିଲା ।
ଏହାପରେ ଶେଷ ନିଷ୍ପତ୍ତି ପାଇଁ ସମିତି ପାଖକୁ ପଠାଯାଇଥିଲା । ଜନତାଙ୍କ ସୁରକ୍ଷା ପାଇଁ ଜିପ୍ସନ୍ କ୍ୱାହଙ୍କୁ ସମିତି ନିଲମ୍ବିତ କରିଛନ୍ତି । ଡଃ. କ୍ୱାହ ଲୋକମାନଙ୍କୁ ଭୁଲ୍ ଟିକା ଲଗାଇବା ସହିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ୱେବସାଇଟରେ ଏହି ତଥ୍ୟ ବି ଅପଲୋଡ୍ କରିଥିଲେ ଯେ ଏହି ଲୋକମାନଙ୍କୁ କୌଣସି ରୋଗ ପାଇଁ ଟିକା ଲଗାଯାଇଛି । ଖବର ଅନୁସାରେ, ସେ ଏହି ଲୋକମାନଙ୍କ ଠାରୁ ସାଲାଇନ୍ ସଲ୍ୟୁସନ୍ ଦେବା ପାଇଁ ଯଥେଷ୍ଟ ଅର୍ଥ ଆଦାୟ କରିଥିଲେ । କ୍ୱାହଙ୍କ ସହିତ ତାଙ୍କ ସହଯୋଗୀ (ଆସିଷ୍ଟାଣ୍ଟ)ଙ୍କ ନାମରେ ବି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଧୋକା ଦେବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଡଃ. କ୍ୱାହ ଓ ତାଙ୍କ ସହଯୋଗୀଙ୍କୁ ଭୁଲ୍ ଟିକା ତଥ୍ୟ ମାମଲାରେ ପୂର୍ବରୁ ବି ଗିରଫ କରାଯାଇଛି ।