27.1 C
Bhubaneswar
Saturday, October 19, 2024
Homeଖେଳସିଲି ପଏଣ୍ଟ: ଦିନରାତି ଖଟୁଛନ୍ତି ପନ୍ତ

ସିଲି ପଏଣ୍ଟ: ଦିନରାତି ଖଟୁଛନ୍ତି ପନ୍ତ

ବେଙ୍ଗାଲୁରୁ: ଦିନଥିଲା ଯୁବ ତାରକା ଋଷଭ ପନ୍ତଙ୍କୁ ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ତଥା କିମ୍ବଦନ୍ତି ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ବିବେଚନା କରାଯାଉଥିଲା । ୱିକେଟ୍ ରକ୍ଷଣ ଦକ୍ଷତାରେ କ୍ରମାଗତ ବୃଦ୍ଧି, ବଡ଼ ଓ ଦ୍ରୁତ ପାଳି ଖେଳିବାର ଅଭ୍ୟାସ ତଥା ଦିଲ୍ଲୀ କ୍ୟାପିଟାଲ୍ସର ସଫଳ ନେତୃତ୍ୱ ପରେ ପନ୍ତଙ୍କ ଉପରେ ପ୍ରଶଂସକ ଓ ଚୟନକର୍ତ୍ତାଙ୍କ ଆଶା ଓ ଭରସା ମଧ୍ୟ ବଢ଼ି ଚାଲିଥିଲା । ହେଲେ ଗତବର୍ଷ ଡିସେମ୍ବର ମାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ତାଙ୍କ କ୍ରିକେଟ୍ ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏପରିକି ଗୁରୁତର ଆହତ ହେବା ପରେ ପନ୍ତ ଆଉ ଭାରତୀୟ କ୍ରିକେଟ୍ ଦଳକୁ ଫେରିବେ କି ନାହିଁ, ସେ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଥିଲା । ପନ୍ତ କିନ୍ତୁ ଏସବୁ ଆକଳନ ଓ ଅଙ୍କକଷାକୁ ଭୁଲ୍ ପ୍ରମାଣିତ କରିଛନ୍ତି ।

ଦୃଢ଼ ଇଚ୍ଛାଶକ୍ତି, ଗଭୀର ଆତ୍ମବିଶ୍ୱାସ ଓ କ୍ରିକେଟ୍ ପଡ଼ିଆକୁ ଯଥାଶୀଘ୍ର ଫେରିବାର ଆଗ୍ରହ ପାଇଁ ରେକର୍ଡ ସମୟ ଭିତରେ ସୁସ୍ଥ ହୋଇଛନ୍ତି। କେବଳ ସୁସ୍ଥ ହୋଇନାହାନ୍ତି, ଶତପ୍ରତିଶତ ଫିଟ୍‌ନେସ୍ ପାଇବାକୁ କଠିନ ପରିଶ୍ରମ କରୁଛନ୍ତି । ଯାହାର ଏକ ଭିଡିଓ ସେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି । ଏଥିରେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ତାଙ୍କୁ ଭାରୋତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି । ଭିଡିଓ ଦେଖିଲା ପରେ ପନ୍ତଙ୍କ ପ୍ରଶଂସକମାନେ ବେଶ୍ ଖୁସି ହୋଇଯାଇଛନ୍ତି । ତା’ ସହ ଏତେବଡ଼ ଦୁର୍ଘଟଣାରୁ ଏତେଶୀଘ୍ର ସୁସ୍ଥତା ଲାଭ କରିପାରିଥିବାରୁ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ପନ୍ତ ମଧ୍ୟ ନିଜ ସୁସ୍ଥତା ଯାତ୍ରାକୁ ନେଇ ସନ୍ତୁଷ୍ଟ ଥିବାର ସୂଚନା ଦେଇଛନ୍ତି । ସେଥିପାଇଁ ଭିଡିଓଟି ପ୍ରକାଶ କରି ସେ ଲେଖିଛନ୍ତି ଯେ ଆପଣ ଯାହା ଆଶା କରନ୍ତି ତାହା ନୁହେଁ, କର୍ମ ଅନୁସାରେ ହିଁ ଫଳ ମିଳେ । ପନ୍ତ ଫିଟନେସ୍ ଫେରିପାଇବା ଦିଗରେ ଦ୍ରୁତ ଅଗ୍ରଗତି କରୁଥିବା ମଧ୍ୟ ବିସିସିଆଇ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking