ନୂଆଦିଲ୍ଲୀ: ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଓଡ଼ିଆ ଯବାନ ହାବିଲଦାର ସରୋଜ ଦାସ ସହିଦ ହୋଇଛନ୍ତି । ସହିଦ ସରୋଜଙ୍କ ମୃତଦେହ ଚିହ୍ନଟ କଲେ ପରିବାର ଲୋକ । ଭିଡିଓ କଲ୍ ଯୋଗେ ଫଟୋ ଦେଖି ଚିହ୍ନଟ କରିଛନ୍ତି ପରିବାର ଲୋକେ । ତେବେ ବନ୍ୟାରେ ୨୩ ଜଣ ଯବାନ ନିଖୋଜ ଥିଲେ । ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ ସରୋଜ । ଭାସିଯାଇଥିବା ୨୩ ଜଣଙ୍କ ମଧ୍ୟରେ ଥିଲେ ହାବିଲଦାର ସରୋଜ । ତେବେ ବର୍ତ୍ତମାନ ସିକ୍କିମରେ ଯେଉଁ ଜଳପ୍ରଳୟ ରଚିଛି ଅନେକ ଲୋକଙ୍କ ଜୀବନ ଯାଇଥିଲା ବେଳେ ଓଡିଆ ଯବାନ ସରୋଜ ଦାସ ସହିଦ ହୋଇଛନ୍ତି ।