27.1 C
Bhubaneswar
Thursday, June 27, 2024
Homeଓଡିଶାସାମ୍ନାକୁ ଆସିଲା ଶ୍ୱେତାଙ୍କ ଡାଏରୀ

ସାମ୍ନାକୁ ଆସିଲା ଶ୍ୱେତାଙ୍କ ଡାଏରୀ

ଭୁବନେଶ୍ୱର : ସାମ୍ନାକୁ ଆସିଲା ମୃତ ଇଞ୍ଜିନିୟର ଶ୍ୱେତାଙ୍କ ଡାଏରୀର କିଛି ଅଂଶ । ମୃତ୍ୟୁର ବହୁ ପୂର୍ବରୁ ସୈାମ୍ୟଜିତଙ୍କ ସହ ସମ୍ପର୍କକୁ ନେଇ ଲେଖିଥିବା ସୂଚନା । ଦିନକୁ ଦିନ ସମ୍ପର୍କ ମଜବୁତ ହେଉଥିବା ଡାଏରୀରେ ଉଲ୍ଲେଖ ରହିଛି । ଗୋଟିଏ ପୃଷ୍ଠାରେ ସେ ମୋତେ ସ୍ତ୍ରୀ ଭାବେ ଗ୍ରହଣ କରିଥିବା ଲେଖାଯାଇଛି । ଭଗବାନ ଆମର ସବୁ ସମସ୍ୟା ଦୂର କରାନ୍ତୁ ମଧ୍ୟ ଲେଖାଯାଇଛି । ଶେଷରେ ସୈାମ୍ୟଜିଲ ଲଭ୍‌ସ ଶ୍ୱେତା ଲେଖା ରହିଛି ।
ଅନ୍ୟପଟେ ଆଜି ଡିସିପିଙ୍କୁ ଭେଟିଛନ୍ତି ଶ୍ୱେତାଙ୍କ ପରିବାର । ଶ୍ୱେତାଙ୍କ ବାପା, ମାଆ ଓ ଭାଇ ଭେଟି ଫେରାଦ ହେଲେ । ଶ୍ୱେତାଙ୍କର ସୈାମ୍ୟଜିତଙ୍କ ସହ ସମ୍ପର୍କ ନେଇ ଅବଗତ କରାଇଲେ । ଏ ନେଇ ଶ୍ୱେତାଙ୍କର ୪ ଜଣ ସାଙ୍ଗ ସବୁ ଜାଣିଥିବା ଡିସିପିଙ୍କୁ ଜଣାଇଛନ୍ତି । ଶ୍ୱେତାଙ୍କ ୪ ଜଣ ସାଙ୍ଗକୁ ପଚରଉଚରା କଲେ ସତ୍ୟ ପଦାକୁ ଆସିବ ବୋଲି କହିଲେ । ଶ୍ୱେତାଙ୍କର କିଛି ମେସେଜ୍ ମଧ୍ୟ ଡିସିପିଙ୍କୁ ଦେଇଥିବା କହିଲେ ପରିବାର ଲୋକେ ।ପୋଲିସ ଉପରେ ଆମର ଭରସା ଅଛି , ଅନୁସନ୍ଧାନ ହେଲେ ସତ୍ୟ ବାହାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking