34.1 C
Bhubaneswar
Friday, June 28, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ନୂତନ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦର କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଆପଣଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଆପଣଙ୍କ ଦୃଷ୍ଟିକୁ ଆଣିବା ସହ ଏହାର ତୁରନ୍ତ ସମାଧାନ ଆଶା କରୁଛି । ଆପଣ ଜାଣନ୍ତି ଉଚ୍ଚଶିକ୍ଷା ବିଶେଷ କରି ମେଡ଼ିକାଲ ଓ ଇଂଜିନିୟରିଂ ଭଳି ବୈଷୟିକ ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗ (ଯାହାର ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୫୪%) ଛାତ୍ରଛାତ୍ରୀଙ୍କ ପାଇଁ ଆମ ରାଜ୍ୟରେ ଆଦୌ ସଂରକ୍ଷଣ ନାହିଁ । ଦେଶର ପ୍ରାୟ ସବୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏହି ବର୍ଗର ସଂରକ୍ଷଣ ବ୍ୟବସ୍ଥା ୨୦୦୬ ମସିହାରୁ ପ୍ରଚଳିତ ଅଛି । ଠିକ୍ ସେହିଭଳି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ୪୦% ପରିବର୍ତ୍ତେ ମାତ୍ର ୨୦ % ସଂରକ୍ଷଣ ଦିଆଯାଉଛି । ଗତ ଶିକ୍ଷା ବର୍ଷ ଠାରୁ ଆମ ରାଜ୍ୟରେ ସାଧାରଣ ବର୍ଗ (ଯାହାଙ୍କ ସଂଖ୍ୟା ରାଜ୍ୟରେ ମାତ୍ର ୬%) ସେମାନଙ୍କ ପାଇଁ ୧୦% ସଂରକ୍ଷଣ (ଇଡ଼ବ୍ଲୁଏସ) ଲାଗୁ କରାଯାଇଛି । ଇଡ଼ବ୍ଲୁଏସ ସଂରକ୍ଷଣ ଲାଗୁ ହେଲାପରେ ରାଜ୍ୟରେ ସମୁଦାୟ (୨୨୦୦ ମେଡ଼ିକାଲ ସିଟ୍‌ରୁ) ସାଧାରଣ ବର୍ଗର ଛାତ୍ରଛାତ୍ରୀ ୨୦୦ ସିଟ୍ ପାଇବା ସହ ଅଣସଂରକ୍ଷିତ ଅନ୍ୟ ସିଟ୍‌ରୁ ୫୦% ସିଟ୍ ମେରିଟ୍ ନାଁରେ ପାଇଗଲେ । ଓବିସି ଓ ଏସଇବିସି ଛାତ୍ରଛାତ୍ରୀ ଆଦୌ ଗୋଟିଏ ସିଟ୍ ପାଇଲେ ନାହିଁ । ଯଦି ସଂଖ୍ୟାନୁସାରେ ସଂରକ୍ଷଣ ଦିଆ ଯାଏ ତେବେ ସେହି ବର୍ଗର ଛାତ୍ରଛାତ୍ରୀ ମାନେ ଅତି କମ୍‌ରେ ୧୦୦୦ ସିଟ୍ ପାଇବେ । ଠିକ୍ ସେହିଭଳି ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କୁ ୪୦% ସଂରକ୍ଷଣ ଦିଆଗଲେ ସେମାନେ ଆହୁରି ୪୦୦ ସିଟ୍ ପାଇବେ । ଏହି ଅନ୍ୟାୟ ପୂର୍ବକ ବଣ୍ଟନ ଓ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ପଛୁଆବର୍ଗ, ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଆପଣ ଆଗେଇ ଆସିବେ ବୋଲି ଆଶା କରୁଛି । ପୂର୍ବ ସରକାର ଏ ସମ୍ପର୍କରେ ଆଦୌ କର୍ଣ୍ଣପାତ କରିଲେ ନାହିଁ ।

ବି.ଦ୍ର :- ଉଚ୍ଚଶିକ୍ଷାରେ ସଂରକ୍ଷଣ ସମ୍ବିଧାନ ଅନୁସାରେ ଲାଗୁ ହୋଇ ନ ଥିବାରୁ ଦୀର୍ଘ ୧୭ ବର୍ଷ ଧରି ପ୍ରାୟ ୫,୧୦୦ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ଏବଂ ପଛୁଆବର୍ଗର ପ୍ରାୟ ୭,୦୦୦ ଛାତ୍ରଛାତ୍ରୀ ଡ଼ାକ୍ତର ହେବାରୁ ବଞ୍ଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking