ଅଯୋଧ୍ୟା: ଉତ୍ତରପ୍ରଦେଶର ରାମଧାମ ଅଯୋଧ୍ୟାରେ ୬ ଦିନର ରୀତିନୀତି ପରେ ଜାନୁଆରୀ ୨୨ ସୋମବାର ଦିନ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଏହା ସହିତ ଭକ୍ତମାନଙ୍କ ପାଇଁ ରାମ ମନ୍ଦିରର କବାଟ ମଧ୍ୟ ଖୋଲା ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ସମେତ ୬ ଜଣ ଅତିଥି ଏହି ସମାରୋହରେ ଯୋଗ ଦେଇଥିଲେ। ଏହାପୂର୍ବରୁ ହେଲିକପ୍ଟରରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନଙ୍କ ଉପରେ ପୁଷ୍ପ ବର୍ଷା ଅର୍ପଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୧୨.୦୫ ରେ ଏକ ରୂପା ଛତା ଏବଂ ଲାଲ୍ ରଙ୍ଗର ଅଙ୍ଗବସ୍ତ୍ର ଧରି ମନ୍ଦିରରେ ପହଞ୍ଚିଥିଲେ। ତା’ପରେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଶେଷରେ ପ୍ରଧାନମନ୍ତ୍ରୀ ରାମ ଲାଲାଙ୍କ ଆଗରେ ଶାଷ୍ଠାଙ୍ଗ ପ୍ରଣାମ କରିଥିଲେ। ଏସବୁ ମଧ୍ୟରେ ବର୍ତ୍ତମାନ ରାମଲାଲାଙ୍କ ପ୍ରତିମୂର୍ତ୍ତିର ଚିତ୍ର ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଏଆଇ ସୃଷ୍ଟି ହୋଇଥିବା ଚିତ୍ର ଯେଉଁଥିରେ ଶ୍ରୀ ରାମ ଲାଲା ଜୀବନ୍ତ ଦେଖାଯାଉଛନ୍ତି। ଏହି ଚିତ୍ରକୁ ଟିକେ ଭଲ ଭାବେ ଦେଖନ୍ତୁ , ପ୍ରଭୁ ରାମ ଲାଲା କେମିତି ହସୁଛନ୍ତି । ଟେକ୍ନୋଲୋଜିର ସାହାଯ୍ୟରେ ପ୍ରତୀମା ସତରେ ଜୀବନ୍ତ ଦେଖାଯାଉଛନ୍ତି ।

I legit got goosebumps 🔥🔥🔥🔥

who did this? 😍🥰#Ram #RamMandir#RamMandirPranPrathistha#RamLallaVirajman #AyodhaRamMandir#Ayodha #EarthquakePH #earthquake pic.twitter.com/HZShK26gSj
— Sunil choudhary (@tadasunil98) January 23, 2024