28.1 C
Bhubaneswar
Sunday, June 23, 2024
Homeଓଡିଶାଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର

୧-କାଲିଠାରୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର
୨- ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ
୩- ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା
୪- ମହିଳାମାନଙ୍କୁ ୧୦୦  ଦିନରେ  ୫୦ ହଜାର ଟଙ୍କା ଭାଉଚର୍ 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଗଠନ ହୋଇଥିବା ବିଜେପି ସରକାରର ପ୍ରଥମ ମନ୍ତ୍ରିପରିଷଦ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜନ ସାଧାରଣଙ୍କ ସମସ୍ୟାକୁ ଭିତ୍ତି କରି ଏହି ସବୁ ନିିଷ୍ପତ୍ତି ହୋଇଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ବ୍ୟବଧାନକୁ ହଟାଇବା ଏବଂ ଶ୍ରୀମନ୍ଦିରର ବିକାଶ କରାଯିବା, ରାଜ୍ୟର ଚାଷୀ ଓ ଗରୀବ ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ବୈଠକ ପରେ ସୂଚନା ଦେଇଛନ୍ତି ।

ପ୍ରଥମ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲି ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ସମୟରୁ ଚାରିଦ୍ୱାରା ଭକ୍ତଙ୍କ ପାଇଁ ଖୋଲାଯିବ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଆଜି ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ ଏବଂ ଆସନ୍ତାକାଲି ସକାଳେ ସରକାରଙ୍କ ଉପସ୍ଥିତିରେ ଦ୍ୱାର ଖୋଲାଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାରିଦ୍ୱାରା ଖୋଲାଯାଇ ନ ଖୋଲାଯାଇ ଦର୍ଶନରେ ଭକ୍ତଙ୍କ ସମସ୍ୟା ହେଉଛି, ଭକ୍ତ ଓ ଭଗବାନ୍‌ଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି କରାଯାଇଛି । ଏହି ବ୍ୟବଧାନକୁ ହଟାଯାଇ ଭକ୍ତଙ୍କ ଅସନ୍ତୋଷ ଦୂର କରାଯିବ ।

ଏହା ଛଡ଼ା ଶ୍ରୀମନ୍ଦିରର ରକ୍ଷଣା ବେକ୍ଷଣ, ବିକାଶ, ତୀର୍ଥଯାତ୍ରୀମାନଙ୍କ ସମସ୍ୟା ଏବଂ ମନ୍ଦିରରର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସେପରି ନିର୍ଦ୍ଦିଷ୍ଟ ଭାବରେ ଅର୍ଥ ରଖାଯାଇ ନାହିଁ । ସେଥିପାଇଁ ୫୦୦ କୋଟି ଟଙ୍କାର ଏକ କର୍ପୋସ ପାଣ୍ଠି ଗଠନ କରାଯିବ । ଏହି ଅର୍ଥରେ ଶ୍ରୀମନ୍ଦିର ପାଇଁ ସମସ୍ତ କାର୍ଯକ୍ରମ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ ବିଜେପି ସବୁବେଳେ ଆରମ୍ଭରୁ ଚାଷୀମାନଙ୍କ ସହିତ ରହିଛି । ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦୃଢ଼ ପରିକର । ନିର୍ବାଚନ ମସୟରେ ଚାଷୀମାନଙ୍କ ଲାଗି ଯେଉଁ ପ୍ରତିଶୃତି ଦିଆଯାଇଥିଲା ତାହା ପାଳନ କରାଯିବ । ଚାଷୀମାନେ କିପରି ସୁବିଧାରେ ଧାନ ବିକ୍ରି କରିପାରିବେ ଏବଂ ରାଜ୍ୟର ଚାଷୀମାନଙ୍କର ବିକାଶ ହେବ ସେଥିପାଇଁ ଏକ ସମୃଦ୍ଧ କୃଷକ ନିତି ନିର୍ଦ୍ଧାରଣ କରାଯିବ । ଚାଷୀମାନଙ୍କୁ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ଦେବା ପାଇଁ ଯେଉଁ ଘୋଷଣା କରାଯାଇଥିଲା ତାହାକୁ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନ୍ରିଆଯିବ । ଚାଷୀ କିପରି ୩୧ଶହ ଟଙ୍କା ପାଇବେ ସେଥିପାଇଁ ନୀତି ନିର୍ଦ୍ଧାରଣ ହେବ ।

ପନିର୍ବାଚନ ସମୟରେ ବିଜେପିର ତା’ର ସଂକଳ୍ପ ପତ୍ରରେ ମହିଳାମାନଙ୍କ ବିକାଶ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯେଉଁ ପ୍ରତିଶୃତି ଦେଇଥିଲା ତାହା କାର୍ଯ୍ୟକାରି କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମହିଳାମାନଙ୍କୁ ୫୦ ହଜାର ଟଙ୍କା ଭାଉଚର୍ ପ୍ରଦାନ କରାଯିବ । ଆସନ୍ତା ୧୦୦ ଦିନ ଭିତରେ ଏହି କାର୍ଯ୍ୟ ସମ୍ପାଦନ ହେବ । କିପରି ଭାବରେ ଏହି ଅର୍ଥ ଦିଆଯିବ ସେଥିପାଇଁ ନୀତି ନିର୍ଦ୍ଧାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking