ନୂଆଦିଲ୍ଲୀ:ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ପୁରୁଷ ବନ୍ଧୁ ଅଫତାବକୁ ଆଜି ଅପରାହ୍ନରେ ବିଚାରବିଭାଗୀୟ ହାଜକୁ ପଠାଇଲେ ଦିଲ୍ଲୀ କୋର୍ଟ। ହତ୍ୟାମାମଲାରେ ଅଧିକ ପଚରାଉଚରା ପାଇଁ ଅଫତାବକୁ କଷ୍ଟୁଡିରେ ନେବାକୁ ପୁଲିସ ଆବେଦନ କରିଥିଲା। ହେଲେ କୋର୍ଟ ତାଙ୍କୁ ବିଚାର ବିଭାଗୟୀ ହାଜତକୁ ପଠାଇ ଦେଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କୁ ତିହାର ଜେଲ୍କୁ ନିଆଯାଇପାରେ ବୋଲି ସୂଚନା ମିଳିଛି।