ଭୁବନେଶ୍ୱର: ସୌମ୍ୟଙ୍କୁ ଟାର୍ଗେଟ କଲେ ବିଜେଡି ନେତା ଅନୁଭବ ପଟ୍ଟନାୟକ । ସମ୍ବାଦରେ ପ୍ରକାଶିତ ଆଲ୍ଲେଖ୍ୟକୁ ନେଇ ଟାର୍ଗେଟ କଲେ ଅନୁଭବ । ଏହା ସୌମ୍ୟଙ୍କ ହତାଶ ଓ ନିରାଶଭାବକୁ ଦର୍ଶାଉଛି କହିଲେ । ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ୫ଟି ସଚିବ କହିଥିବା ଆପଣ ଲେଖିଛନ୍ତି । ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦେଉଛି ସେ ଏକଥାକୁ କେଉଁଠି କହିଥିଲେ । ୧୨ ଘଣ୍ଟା ଭିତରେ ତଥ୍ୟ ପ୍ରମାଣ ସହ ଦେଖାନ୍ତୁ । ଯଦି ସତ ପ୍ରମାଣିତ ହେବ ମୁଁ ରାଜନୀତିରୁ ଇସ୍ତଫା ଦେଇଦେବି । ପ୍ରମାଣ ଦେଇନପାରିଲେ ଆପଣ ମିଛୁଆ ବୋଲି ଓଡିଶାବାସୀ ଜାଣିବେ । ୫ଟି ସଚିବ ନିଜ ପରିବାରକୁ ଭେଟିବାକୁ ଓଡିଶା ବୁଲୁନାହାନ୍ତି । ସେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଅଭିଯୋଗ ନେଉଛନ୍ତି । ମୋ ପାଖେ ଯାହା ତଥ୍ୟ ଅଛି ଖଣ୍ଡପଡାରୁ ସବୁଠୁ ଅଧିକ ଅଭିଯୋଗପତ୍ର ମିଳିଛି । ଏଥିରୁ ଦର୍ଶାଉଛି ଖଣ୍ଡପଡାବାସୀ ଆପଣଙ୍କ ଉପରୁ ବିଶ୍ୱାସ ହରାଉଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅନେକ ଠକେଇ ଅଭିଯୋଗ ରହିଛି । ଏଭଳି ବ୍ୟକ୍ତିଙ୍କୁ ସମର୍ଥନ କରିବା ଅତ୍ୟକ୍ତ ଲତ୍ୟାଜନକ ବୋଲି କହିଛନ୍ତି ଅନୁଭବ ପଟ୍ଟନାୟକ ।