32.1 C
Bhubaneswar
Saturday, September 28, 2024
Homeଅପରାଧମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା

ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା

ଭଦ୍ରକ : ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଚକପୁର ରାସ୍ତାରେ ବନ୍ଧୁକ ମୁନରେ ଜନସେବା କେନ୍ଦ୍ର ମାଲିକଙ୍କଠାରୁ ଲୁଟି ନେଲେ ନଗଦ ୧ଲକ୍ଷ ଟଙ୍କା ଓ ଲାପଟପ୍। ଗତକାଲି ରାତି ପ୍ରାୟ ୯ଟା ସମୟରେ ଜନସେବା କେନ୍ଦ୍ର ମାଲିକ ଓମ୍ ପ୍ରକାଶ ସାହୁ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ନିଜ ଘର ଚକପୁରକୁ ଯାଉଥିଲେ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବାଟରେ ଅଟକାଇ ଥିଲେ। ଓମ୍ ପ୍ରକାଶଙ୍କ ନିକଟରେ ଥିବା ନଗଦ ୧ ଲକ୍ଷ ଟଙ୍କା ଓ ଲାପଟପ୍‌ ଦେବାକୁ କହିଥିଲେ। ଓମ୍ ପ୍ରକାଶ ଦେବାକୁ ଅରାଜି ହେବାରୁ ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ଭୟଭୀତ କରିଥିଲେ। ପରେ ତାଙ୍କୁ ପାଖରୁ ଟଙ୍କା ଓ ଲାପଟପ୍‌ ନେଇ ଚମ୍ପଟ ମାରିଥିଲେ। ଏନେଇ ଜନସେବା କେନ୍ଦ୍ର ମାଲିକ ସାବରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking