କୋଲ୍କାତା : ପଶ୍ଚିମବଙ୍ଗରେ ଜୁଲାଇ ୮ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣିଥରେ ହିଂସାକାଣ୍ଡ ହୋଇଥିବା ଜଣାପଡ଼ିଛି । କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିଶୀଥ୍ ପ୍ରମାଣିକ ଶନିବାର କୁଚବିହାରସ୍ଥିତ ସାହେବଗଞ୍ଜ ବିଡିଓ ଅଫିସ୍ ଯାଉଥିବା ବେଳେ ଟିଏମ୍ସି ସମର୍ଥକମାନେ ତାଙ୍କ କାର୍ ଉପରକୁ ଧନୁି-ତୀର ଓ ବୋମାରେ ଆକ୍ରମଣ କରାଯାଇଛି । ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ କନ୍ଭୟକୁ ଟିଏମ୍ସିର ଦେଢ଼ ହଜାର ଗୁଣ୍ଡା ଘେରିଯିବା ସହିତ ବୋମା ଆକ୍ରମଣ କରିଛନ୍ତି । ଘଟଣା ପରେ ବିଜେପି ଓ ଟିଏମ୍ସି କର୍ମକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି ।