26.9 C
Bhubaneswar
Thursday, April 9, 2026
Homeବଲିଉଡଏପି ଧିଲୋନଙ୍କ ବାସଭବନରେ ଗୁଳିକାଣ୍ଡ

ଏପି ଧିଲୋନଙ୍କ ବାସଭବନରେ ଗୁଳିକାଣ୍ଡ

ଭାନକୁଭର : ଏପି ଧିଲୋନଙ୍କ ବାସଭବନରେ ଗୁଳିକାଣ୍ଡ । ପଞ୍ଜାବୀ ଗାୟକ ଅମୃତପାଲ ସିଂହ ଓରଫ କାନାଡାରେ ଥିବା ତାଙ୍କ ଭାନକୁଭର ବାସଭବନ ବାହାରେ ଗୁଳିକାଣ୍ଡ ହୋଇଛି। ତେବେ ଏଥିରେ ଧିଲୋନଙ୍କ କୌଣସି କ୍ଷତି ହୋଇନାହିଁ । ଗତକାଲି ଏହି ଘଟଣା ଘଟିଥିବା ବେଳେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ରୋହିତ ଗୋଦାରା ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଜଣାପଡ଼ିଛି। ଏବେ ପୁଲିସ ଓ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ପ୍ରସାରିତ ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ଦାବି କରାଯାଇଛି ଯେ ସେପ୍ଟେମ୍ବର ୧ ତାରିଖ ରାତିରେ ଏହି ଗ୍ୟାଙ୍ଗ କାନାଡାର ଦୁଇଟି ସ୍ଥାନରେ ଗୁଳିକାଣ୍ଡ ଯୋଜନା କରିଥିଲା – ଗୋଟିଏ ଭିକ୍ଟୋରିଆ ଦ୍ୱୀପରେ ଏବଂ ଅନ୍ୟଟି ଟରୋଣ୍ଟୋର ଉଡ୍ବ୍ରିଜ୍ ରେ । ଏହି ଗ୍ୟାଙ୍ଗ ବଲିଉଡ୍ ଚଳଚ୍ଚିତ୍ର ଅଭିନେତା ସଲମାନ ଖାଁ ଙ୍କ ସହ ଲିଙ୍କ୍ ଥିବା ଦର୍ଶାଇ ଏପି ଧିଲୋନଙ୍କୁ ଧମକ ଦେବା ସହ ତାଙ୍କ ସୀମା ଭିତରେ ରହିବାକୁ ଚେତାବନୀ ଦେଇଥିଲା, ନଚେତ୍ ତାଙ୍କୁ କୁକୁର ପରି ମାରିଦିଆଯିବ ବୋଲି ଧମକ ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking