27.1 C
Bhubaneswar
Thursday, November 21, 2024
Homeଓଡିଶାସବୁଲେଖା – ଲେଖା ନୁହେଁ : ମାୟାଧର ନାୟକ

ସବୁଲେଖା – ଲେଖା ନୁହେଁ : ମାୟାଧର ନାୟକ

ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁସେଦିନ ଉଚ୍ଚାରିତହେଉଥିଲାସେଇସବୁ ଉଦାତଶଦ୍ଦଲହରି । ଲିପି ନଥିଲା, ନଥିଲାବର୍ଣ୍ଣମାଳାର ବନ୍ଧନ । ମୁକ୍ତସ୍ରୋତ ପରି, ଉଚ୍ଛଳଝରଣା ପରିସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ ଏବଂ ଅନ୍ତରଙ୍ଗ । ହୃଦୟର ଭାଷାସଂଚରି ଯାଉଥିଲାହୃଦୟକୁ । ଶ୍ରୁତିଏବଂସ୍ମୃତିମାଧ୍ୟମରେ ଦୀର୍ଘକାଳବ୍ୟାପୀ ଅବ୍ୟାହତରହିଥିଲାଏହି ଧାରା । ଭାରତୀୟ ପରମ୍ପରାରଏହି ଆଦି ପର୍ଯ୍ୟାୟର ସାହିତ୍ୟ ମୁଖ୍ୟତଃଉଦ୍ଦିଷ୍ଟ ଥିଲା ଏକ ନୈତିକ ମୂଲ୍ୟବୋଧର ଜାଗରଣ ନିମନ୍ତେ । ପରେଏହି ‘ନୈତିକତା’ ଧୀରେ ଧୀରେ ‘ଧର୍ମ’ର ବନ୍ଧନୀରେଛନ୍ଦିହେଲା- ବନ୍ଦୀହେବାକୁ ଆରମ୍ଭ କଲାସାହିତ୍ୟସଂକୀର୍ଣ୍ଣତାରଗଣ୍ଡିଭିତରେ । ତଥାପି ସେଦିନର ସାହିତ୍ୟ ଥିଲା ଦୁଃଖ ଶୋକସନ୍ତପ୍ତ ଯାତନାଜର୍ଜରିତ ପୃଥିବୀ ପାଇଁ ଟୋପାଏ ଶୀତଳସାନ୍ତ୍ୱନା ! ମୁନି, ମନୀଷୀ, ମହର୍ଷି, ମହାତ୍ମାମାନଙ୍କ ଉଦ୍‌ବୋଧନରେ ଅନୁପ୍ରେରିତହୋଇଥିଲା ପ୍ରାଚୀନ ଯୁଗରସାହିତ୍ୟ । ଜନଜୀବନରେସତ୍ ଓ ଶୁଦ୍ଧ ଚିନ୍ତନର ପରିପ୍ରସାର ଦିଗରେସାହିତ୍ୟ ଥିଲାସଂକଳ୍ପବଦ୍ଧ । ସେଦିନ ‘ବ୍ୟକ୍ତି’ ଅନୁପ୍ରବେଶକରି ନଥିଲାସାହିତ୍ୟର ସରହଦ୍‌ରେ, ସମୁଦାୟସମାଜବା ‘ବ୍ୟକ୍ତି’ ଥିଲାସାହିତ୍ୟରକେନ୍ଦ୍ରବିନ୍ଦୁ ।

ଆଧୁନିକସାହିତ୍ୟଉପରୋକ୍ତ ନୂତନ ସାହିତ୍ୟରଉତର-ପର୍ବ । ରାଜା, ଜମିଦାର, ସାମନ୍ତ, ଶିଳ୍ପପତିଙ୍କ ପରେଏବେଶାସକବର୍ଗର ନିର୍ଲଜଚାଟୁକାରସାଜୁଛନ୍ତି ଅଧିକାଂଶକବିଲେଖକ । ନିଜକୁ ନିଲାମ୍‌କରୁଛନ୍ତି ନାମମାତ୍ରମୂଲ୍ୟରେ । ସାହିତ୍ୟର ନାଡିନକ୍ଷତ୍ରଠିକ୍‌ଠାକ୍ ଅଛିବୋଲିବିଶ୍ୱାସହେଉ ନାହିଁମୋଟେ । ଅରଣ୍ୟର ନିର୍ଜନତାମଧ୍ୟରେଯେଉଁସାହିତ୍ୟମହାଜୀବନର ପଥ ସନ୍ଧାନ କରୁଥିଲା ଦିନେ, ସେସାହିତ୍ୟ ଆଜି ପଂଚତାରକାହୋଟେଲ୍‌ର ପ୍ରମୋଦ ଆସରମଧ୍ୟରେ ନିଜକୁଉନ୍ମୋଚିତକରାଇ, ହରାଇବସିଛି ନିଜସ୍ୱ ଅସ୍ତିତ୍ୱ । କୁତ୍ରିମ ପ୍ରସାଧନରେ ସଜ୍ଜିତକରିଛି ନିଜକୁ ।

ସବୁ ଯୁଗରେ, ସାହିତ୍ୟରଭିଡଭିତରେ, ଏଇ ‘ନା-ନା-ନା’ରବିରଳସ୍ୱରଯେତେକ୍ଷୀଣଭାବରେହେଉସୁଦ୍ଧା – ଉଚ୍ଚାରିତହୋଇ ଆସିଛି, ନିର୍ଭୀକଭାବରେ, ଏ ସ୍ୱର ଦାୟିତ୍ୱରସ୍ୱର, ଦାୟବଦ୍ଧତାରସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଧର୍ଷଇସ୍ତାହାର ! ମେଣ୍ଢାମାନଙ୍କମେଳରେଭେଣ୍ଡା ପରି ପ୍ରତ୍ୟେକ ଯୁଗରସୁବିଧାବାଦୀ ନିରାପତାପ୍ରେମୀଚାରଣଚାଟୁକାରଲେଖକମାନଙ୍କଭିଡଭିତରେବି ଆମେଲକ୍ଷ୍ୟକରିଛେଜଣେଜଣେସଂକଳ୍ପବଦ୍ଧ ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କଲେଖାସବୁସାହିତ୍ୟର ଦାୟିତ୍ୱତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁଭୟକରି ନାହାନ୍ତି, ଯନ୍ତ୍ରଣାର ଯୂପକାଠକୁଡରି ନାହାନ୍ତି, ରାଜଦଣ୍ଡ ଓ ଫାଶିମଂଚକୁଖାତିର୍‌କରି ନାହାନ୍ତିମୋଟେ ।

ଇତିହାସରଗତିପଥରେସାମାଜିକ ଅବସ୍ଥାନର ପରିବର୍ତନ ପାଇଁ ଯୁଗ ଯୁଗଲାଗିଯାଉଥିଲା । ଏବେ ଅତ୍ୟନ୍ତ ଦ୍ରୁତଗତିରେସମାଜ ବଦଳିବାରେଲାଗିଛି । ଆଜି ଆଖିବୁଜି ପୃଥିବୀମାନଚିତ୍ରରଯେକୌଣସିସ୍ଥାନରେ ଆଙ୍ଗୁଠିଲଗାଇବସେଇଭୂଇଁରେସେଇ ଦେଶରେସେଇସ୍ଥାନରେମଣିଷସ୍ୱାର୍ଥ ପାଇଁସବୁକିଛିଭୁଲିଯାଇଛି । ପ୍ରତିମୁହୂର୍ତରେସମାଜ- ମଣିଷ ବଦଳିବାରେଲାଗିଛି । କାଲି ଯାହା ଥିଲା ଆଜିତାହା ନାହିଁ, ଆଜି ଯାହା ଅଛି ଆସନ୍ତାକାଲିକିତାହା ନଥିବ । ଆଦିମସମାଜର ପରିବର୍ତନ ହୋଇ ଧୀରେ ଧୀରେ ପୁଞ୍ଜିବାଦ ଆସିଲା । କିଛି ଦେଶରେ ପୁଞ୍ଜିବାଦକୁ ଧ୍ୱଂସକରିସମାଜବାଦ ଆସିଲା । ପୁଣି ୭୫ ବର୍ଷ ପରେସାମ୍ୟବାଦକୁ ଯାଇ ନପାରିସଂଶୋଧନବାଦର ଶିକାରହୋଇସମାଜବାଦର ବିଚ୍ୟୁତିଘଟି ପୁଣି ପୁଞ୍ଜିବାଦ ସାମ୍ରାଜ୍ୟବାଦରେ ପହଂଚିଗଲା । ସାମନ୍ତତନ୍ତ୍ର ରାଜତନ୍ତ୍ରର ପଦଚିହ୍ନ ନ ଲିଭୁଣୁ ଗଣତନ୍ତ୍ର ପ୍ରବେଶକଲା ।

ଆଜି ମଧ୍ୟ ଗଣତନ୍ତ୍ର ଉପରେମଣିଷ ଆଶାହରାଇସାରିଲାଣି । ମଣିଷରସଭ୍ୟତାକୁ ଗଣତନ୍ତ୍ର କ’ଣ ଦେଇଛି?ସେଇ ଦାରିଦ୍ର‌୍ୟ, ଭଣ୍ଡାମୀ, ଅସହାୟତା, ଦଙ୍ଗା, ଶୋଷଣ, କଷଣ, ଯୁଦ୍ଧ, ବିପର୍ଯ୍ୟୟଚାରିଆଡେଛାଇହୋଇଯାଇଛି । ଯେଉଁ ଦେଶରେ ଗଣତନ୍ତ୍ର ଅଛିସେ ଦେଶରେ ଜନଗଣ ଯେଉଁ ସ୍ୱପ୍ନ ଦେଖିଥିଲେସେସବୁ ସ୍ୱପ୍ନ ସାଂଘାତିକଭାବରେଭ୍ରାନ୍ତ ଏବଂ ଅର୍ଥହୀନ ପ୍ରମାଣିତହୋଇଛି । ନିର୍ଯାତିତମଣିଷକୁସ୍ୱାଧୀନତା ଆଣି ଦେଇପାରୁନି ।

ଜଗତୀକରଣରଜାଲରେସମସ୍ତେଛନ୍ଦିହୋଇପଡିଛନ୍ତି । ଜ୍ଞାନଅସ୍ତ୍ର ହରାଇ ଅଜ୍ଞାନ ଅନ୍ଧକାରଭିତରେଘୁରିବୁଲୁଛନ୍ତି । ସାରାବିଶ୍ୱରମଣିଷଲୋଭ ପାପ ମୋହରେ ପଡିଯାଇଛନ୍ତି । ଭୋଗୀସଂସ୍କୃତିରେ ନିମଜ୍ଜିତହୋଇମାନବିକତା ଧ୍ୱଂସ ଆଡକୁମୁହାଁଇଛି । ନଗ୍ନତା, ଯୌନତାବଢିଚାଲିଛି । ସମାଜର ପରିବର୍ତନ ବାହକ ଯୁବସମାଜର ନୈତିକତାକୁକବର ଦେବା ପାଇଁଜ୍ଞାନ ଅର୍ଜନ ପାଇଁ ନିମଜ୍ଜିତରହିବାକାର୍ଯ୍ୟଟିକୁ ଦୂରେଇ ଦିଆଯାଇଛି । ଆଜି ଯୁବସମାଜସିନେମା, ଟେଲିଭିଜନ, କ୍ରିକେଟ୍‌, କମ୍ପ୍ୟୁଟର ଆଡକୁମୁହେଁଇଛନ୍ତି । କେହିକିଛି ନୂଆ ନୂଆସୃଷ୍ଟିକରିବାକୁ ଆଗ୍ରହ ଦେଖାଉ ନାହାନ୍ତି । ପରଶ୍ରୀକାତରତାକୁବରଣକରିନେଇଛନ୍ତି ।ଓଡିଶାରେଏପରିକିସମଗ୍ରବିଶ୍ୱରେସଂଖ୍ୟାଗରିଷ୍ଠଲୋକମାନଙ୍କର ପଢାପଢିକରିବା ଅଭ୍ୟାସକମିଯାଇଛି । ପଢାପଢି ପ୍ରତି ଆଗ୍ରହ ନଥିଲେବୌିକିଣିବା ଅଭ୍ୟାସରହିବ ନାହିଁ । ବହିବିକ୍ରି ନ ହେଲେ ପ୍ରକାଶକମାନେ ନୂଆବହିଛାପୁ ନାହାନ୍ତି । ଯାହା ଫଳରେଲେଖକମାନଙ୍କରଲେଖିବାର ଆଗ୍ରହମରିମରି ଯାଉଛି ।

ସବୁଲେଖା – ଲେଖା ନୁହେଁ । ସବୁଲେଖକଲେଖକ ନୁହନ୍ତି । ଯେଉଁମାନେ ଅତ୍ୟନ୍ତ ଅସାଧାରଣବିଷୟବସ୍ତୁକୁଜଟିଳତା, ରସାଳ, କୌତୁକ ଓ ଚାତୁର୍ଯ୍ୟ ତଥା ଶଦ୍ଦର ପ୍ରାଚୁର୍ଯ୍ୟମଧ୍ୟରେ ସ୍ୱପ୍ନ ରାଇଜରେ- ମାନସ ପଟ୍ଟରେ ନାଚିଯାଉଥିବାଚରିତ୍ର ଓ ଦୃଶ୍ୟଏବଂ ଆପଣାରଇଚ୍ଛା ଅଭ୍ୟାସଚରିତ୍ରକୁକିଂଚିତ୍‌ହେଲେ ମଧ୍ୟ ସ୍ପର୍ଶକରୁଥିବାଲେଖା ଅତି ଆଦରରହୋଇଯାଏ ତଥା ବେଳେବେଳେ ଅନେକ ଦିନ ପର୍ଯ୍ୟନ୍ତ ମନରେଗଭୀରରେଖାପାତସୃଷ୍ଟିକରିଥାଏ ।

ସମାଜ ପରିବର୍ତନରେ ଅଳ୍ପ ଯେଉଁକେତେଜଣ ଦାର୍ଶନିକ, ବୈଜ୍ଞାନିକ, ଲେଖକବହୁଉପାଦେୟ ପୁସ୍ତକଲେଖିଯାଇଛନ୍ତିସେଗୁଡିକୁଜନସମାଜରୁ ଦୂରେଇରଖିବାକୁ ଅପଚେଷ୍ଟାଚାଲିଛି । ପୁଣିସେଇରକ୍ଷଣଶୀଳତା ଆଡକୁଜନସମୁଦାୟକୁମୁହାଇଁନେବାରଗୁପ୍ତ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାୟ ପଚାଶବର୍ଷ ଧରି ଏଇ ପୃଥିବୀରେଯେଉଁଲେଖା ପ୍ରକାଶ ପାଉଛି ଅଧିକାଂଶଲେଖାତୃଣମୂଳଜୀବନ ସହସଂପର୍କରହୁନି । ଯେଉଁ ନାମକରାଲେଖକମାନଙ୍କରଲେଖାନୋବେଲ୍ ପ୍ରାଇଜ୍‌କିମ୍ବା ଅନ୍ୟ ପୁରସ୍କାର ପାଉଛିସେଥିରେ ମଧ୍ୟ ପ୍ରିୟାପ୍ରୀତିତୋଷଣଚାଲିଛି ।

ଭାରତୀୟଲେଖକ/ଲେଖିକାମାନେ ନିଜର ସ୍ପଷ୍ଟ ମତାମତକିମ୍ବାଜୀବନ ସହସଂପର୍କିତଲେଖାଲେଖିବାକୁ ଉଦ୍ୟମକଲେବିବିଭିନ୍ନକ୍ଷେତ୍ରରେବାଧା ପାଉଛନ୍ତି । ଅଧିକାଂଶଲେଖକଯେଉଁମାନେ ନାମକରାସେମାନେ ଉପରେମାଲିକ (ସରକାର-ଧନପତି)ଙ୍କ ମର୍ଜ୍ଜିକୁ ସମ୍ମାନ ଦେଉଥିବାରୁଲେଖାଗୁଡିକଚିରାଚରିତସାଧାରଣହେଉଥିବାରୁତାହାସୁଖପାଠ୍ୟକିମ୍ବାଶିକ୍ଷଣୀୟହେଉ ନାହିଁ । କେବଳକୋଟିକୋଟିଟଙ୍କାରକାଗଜ ଓ ଅଯଥା ସମୟ ନଷ୍ଟ କରୁଛନ୍ତି । ବିଶେଷକରିଶିଶୁମାନେ ଦେଶରଭବିଷ୍ୟତକହିଡିଣ୍ଡିମ ପିଟୁଥିଲାବେଳେସେଇଶିଶୁମନକୁମୂଳରୁକିମ୍ଭୂତକିମାକାର ଧାରଣାସୃଷ୍ଟିକରାଇ ଧର୍ମଭୀରୁକରାଇ ଦିଆଯିବାରସୁକୌଶଳଷଡଯନ୍ତ୍ର ଚାଲିଛି । ଶିଶୁମାନଙ୍କୁ ଆରମ୍ଭରୁସାହସୀ, ଲଢୁଆ, ସତ୍ୟନିଷ୍ଠକରିଗଢିତୋଳିଲେ ପ୍ରାଚୁର୍ଯ୍ୟରସାମ୍ରାଜ୍ୟ ଯେ ଭାଂଗିଚୂର୍‌ମାର୍‌ହୋଇଯିବ ଏ ଭୟ ମଧ୍ୟ ଶାସକ-ଶୋଷକଗୋଷ୍ଠୀର ଅଛି । ତେଣୁଏହି ଦେଶ ବିରୋଧୀ ଜନବିରୋଧୀ ଗୋଷ୍ଠୀରାଜକୋଷକୁବରବାଦ କରିବରାଦିଆଲେଖକଗୋଷ୍ଠୀସୃଷ୍ଟିକରିଛନ୍ତି । ଯାହା ଫଳରେଶିକ୍ଷା ପାଇଁ ପାଠ୍ୟକ୍ରମ ମଧ୍ୟ ସେମାନଙ୍କ ମର୍ଜ୍ଜିଉପରେ ନିର୍ଭରକରୁଛି । ଜ୍ଞାନଅସ୍ତ୍ର ବଦଳରେ ଅଜ୍ଞାନ-ଅନ୍ଧକାର-ବିକୃତ ଅସ୍ତ୍ର ଧରାଇ ଦିଆଯାଉଛି । ଏହାସମାଜ ପାଇଁଭୟଙ୍କରବିପଦ ଡାକି ଆଣୁଛି । ଏହି ଆକ୍ରମିତବିପଦ ବିରୋଧରେ ଅଳ୍ପ ହେଲେବିକିଛିଲେଖକକଲମଚଳାଇଲେଇତିହାସର ଧାରା ବଦଳିଯିବ ।

ଏଇ ଗୋଲାର୍ଦ୍ଧରେ ଅନେକଲେଖକ ଅଛନ୍ତିଯେଉଁମାନେ ଜୀବନ ଜୀବିକାସହସଂଘର୍ଷକରିତୃଣମୂଳସହସଂପର୍କରଖିଲେଖନୀଚାଳନାକରିଚାଲିଛନ୍ତି । ସେମାନଙ୍କ ପାଇଁବଜାର ନାହିଁକି ପ୍ରଚାର ନାହିଁ । ଅଧିକାଂଶମୂଲ୍ୟବାନ ରଚନା ଆଦୌ ଜନମାନସକୁ ଆସିପାରୁନି । ଏଇ ଓଡିଶାରେ ମଧ୍ୟ ଏଭଳିଲେଖକ ଅଛନ୍ତି – ଯେଉଁମାନଙ୍କରଚନାବିଶ୍ୱର ଉପଯୁକ୍ତସ୍ଥାନରେ ପହଂଚି ପାରିଲେହୁଏତବିଶ୍ୱବାସୀଙ୍‌କଜୀବନରେଗଭୀରସକାରତ୍ମକରେଖାପାତକରିପାରିବ ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking