25.1 C
Bhubaneswar
Monday, October 21, 2024
Homeଅପରାଧଯୁବକଙ୍କୁ ଦୋକାନୀଙ୍କ ଛୁରାମାଡ଼

ଯୁବକଙ୍କୁ ଦୋକାନୀଙ୍କ ଛୁରାମାଡ଼

ନୂଆଦିଲ୍ଲୀ : ମୋମୋ ଚଟଣି ପାଇଁ ହୋଇଛି ମରଣାନ୍ତକ ଆକ୍ରମଣ। ଏହି ଲାଲ ଚଟଣିକୁ ନେଇ ପ୍ରଥମେ ଝଗଡା ଆଉ ପରେ ଛୁରା ମାଡ଼ ହୋଇଛି। ଏକ୍ସଟ୍ରା ଚଟଣି ମାଗିବାରୁ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିଛି ଦୋକାନୀ। ଏଭଳି କିଛି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ବୁଧବାର ରାତି ୮ଟା, ଦିଲ୍ଲୀର ଶାହଦରା ଅଞ୍ଚଳ। ଏଠାରେ ଜଣେ ସନ୍ଦୀପ ନାମକ ଯୁବକ ମୋମୋ ଖାଉଥିଲେ। ତେବେ ଖାଇବା ବେଳେ ଲାଲ ଚଟଣି ସରିଯିବାରୁ ସେ ଦୋକାନୀଙ୍କୁ ଏକ୍ସଟ୍ରା ଚଟଣି ମାଗିଥିଲେ। ଏହାକୁ ନେଇ ଦୋକାନୀ ଓ ସନ୍ଦୀପଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହା ବଢ଼ି ଯାଇଥିଲା। ଏଥିରେ ରାଗି ଯାଇ ଦୋକାନୀ ଜଣକ ସନ୍ଦୀପଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ଦୋକାନୀଙ୍କ ଛୁରା ମାଡ଼ରେ ସନ୍ଦୀପ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ତାଙ୍କୁ ଉଦ୍ଧାର କରି ନିକଟ ହସ୍ପିଟାଲରେ ଭର୍ତ୍ତି କରି ପୁଲିସକୁ ଖବର ଦେଇଥିଲେ। ତାଙ୍କ ମୁହଁ ଉପରକୁ ଛୁରା ମାଡ଼ ହୋଇଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ମାମଲାର ତଦନ୍ତ ଜାରି ରଖିଛି ପୁଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking