27.1 C
Bhubaneswar
Sunday, September 22, 2024
Homeଅପରାଧଲୋମହର୍ଷଣକାରୀ ଘଟଣା : ଚଳନ୍ତା ଗାଡିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଲୋମହର୍ଷଣକାରୀ ଘଟଣା : ଚଳନ୍ତା ଗାଡିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ପାଟନା: ବିହାର ସମସ୍ତିପୁରରେ ଏକ ପାଶବିକ କାଣ୍ଡ ସାମ୍ନାକୁ ଆସିଛି । ଏଠାରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଚଳନ୍ତା ଗାଡିରେ ଗଣଦୁଷ୍କର୍ମ କରାଯାଇଛି । ୩ ଜଣ ଦୁର୍ବୃତ୍ତ ରାତିସାରା ଗାଡିରେ ଦୁଷ୍କର୍ମ କରିବା ପରେ ରାସ୍ତାକଡରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଫିଙ୍ଗି ଚାଲି ଯାଇଛନ୍ତି । ୩ ଦିନ ପରେ ହସ୍ପିଟାଲ ବେଡରେ ପୀଡିତାଙ୍କ ହୋସ୍ ଆସିବା ପରେ ସେ ଏହି ପାଶବିକତା ସମ୍ପର୍କରେ ପୋଲିସ ଆଗରେ ବଖାଣିଛନ୍ତି । ଘଟଣାରେ ପୋଲିସ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୀଡିତାଙ୍କ ବୟାନ ଅନୁଯାୟୀ, ଅଗଷ୍ଟ ୧୬ ତାରିଖ ରାତି ୧ଟାରେ ସେ ଓ ତାଙ୍କର ବାପା ସମସ୍ତିପୁର ଷ୍ଟେସନରେ ଓହ୍ଲାଇଥିଲେ । ଷ୍ଟେସନ ପରିସରରେ ଗୋଟିଏ ବୋଲେରୋ ଛିଡା ହୋଇଥିଲା ।

ତା’ର ଡ୍ରାଇଭର ସହ କଥାବର୍ତ୍ତା କରିବାରୁ ସେ ଦୁହିଁଙ୍କୁ ଘରେ ପହଞ୍ଚାଇ ଦେବ ବୋଲି କହିଥିଲା । ଗାଡିରେ ଆଉ ଜଣେ ଲୋକ ବି ବସିଥିଲା । ଯାହାକୁ ଡ୍ରାଇଭର ଯାତ୍ରୀ ବୋଲି କହିଥିଲା । ଏଥିରେ ବିଶ୍ୱାସ କରି ନାବାଳିକା ଓ ବାପା ଗାଡିରେ ବସିଥିଲେ । କିଛି ବାଟ ଯିବା ପରେ ସେହି ବ୍ୟକ୍ତି ସେମାନଙ୍କ କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ଦେଇଥିଲା । ଯାହାକୁ ପିଇବା ପରେ ଦୁହେଁ ବେହୋସ୍ ହୋଇଯାଇଥିଲା । ଏହା ପରର ଘଟଣା ଅଭିଯୁକ୍ତ ପୋଲିସ ଆଗରେ କହିଛି । ବାପଝିଅ ବେହୋସ୍ ହେବା ପରେ ସେମାନେ ତାଙ୍କ ପାଖରେ ଥିବା ଟଙ୍କା ଓ ମୋବାଇଲ ଚୋରି କରି ନେଇଥିଲେ ଓ ନାବାଳିକାର ବାପାଙ୍କୁ ବୋହୋସ୍ ଅବସ୍ଥାରେ ରାସ୍ତା କଡକୁ ଫିଙ୍ଗି ଦେଇଥିଲେ । ଏହାପରେ ଡ୍ରାଇଭର ସମେତ ୩ ଜଣ ଚଳନ୍ତା ଗାଡିରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ ଓ ମୁଜାଫରପୁର ଅଞ୍ଚଳରେ ଅର୍ଦ୍ଧନଗ୍ନ ଅବସ୍ଥାରେ ପୀଡିତାଙ୍କୁ ଫିଙ୍ଗି ଫେରାର୍ ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking