19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଶିବସେନା ନିର୍ବାଚନ ପ୍ରତୀକ ମାମଲା: ଶିନ୍ଦେ-ଠାକ୍‌ରେ ଗୋଷ୍ଠୀଙ୍କୁ ଇସି ନୋଟିସ୍‌ ଅଗଷ୍ଟ ୮ ସୁଦ୍ଧା ଡକ୍ୟୁମେଣ୍ଟ୍...

ଶିବସେନା ନିର୍ବାଚନ ପ୍ରତୀକ ମାମଲା: ଶିନ୍ଦେ-ଠାକ୍‌ରେ ଗୋଷ୍ଠୀଙ୍କୁ ଇସି ନୋଟିସ୍‌ ଅଗଷ୍ଟ ୮ ସୁଦ୍ଧା ଡକ୍ୟୁମେଣ୍ଟ୍ ଦାଖଲ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶିବସେନାର ନିର୍ବାଚନ ପ୍ରତୀକ ‘ଧନୁ-ତୀର’କୁ ନେଇ ଚାଲିଥିବା ମାମଲାର ଶୁଣାଣି ପାଇଁ ନିର୍ବାଚନ କମିଶନ (ଇସି) ଉଭୟ ଗୋଷ୍ଠୀଙ୍କୁ ନୋଟିସ୍ ଜାରି କରିଛନ୍ତି । କମିଶନ ଏକନାଥ ସିନ୍ଦେ ଗୋଷ୍ଠୀ ଏବଂ ଉଦ୍ଧବ ଠାକ୍‌ରେ ଗୋଷ୍ଠୀଙ୍କୁ ପାର୍ଟି ଉପରେ ନିଜର ଦାବି ସମ୍ବନ୍ଧିତ ଡକ୍ୟୁମେଣ୍ଟ୍ ଅଗଷ୍ଟ ୮ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିବାଦ ଉପରେ ନିଜର ଲିଖିତ ଷ୍ଟେଟ୍‌ମେଣ୍ଟ୍ ଦେବାକୁ ମଧ୍ୟ ଇସି ଉଭୟ ଗୋଷ୍ଠୀଙ୍କୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଶିବସେନାରେ ଉପୁଜିଥିବା ସଙ୍କଟ ଉପରେ ଦୁଇ ଗୋଷ୍ଠୀ ନିଜ ନିଜ ଦାବି ଉପସ୍ଥାପନ କରିଛନ୍ତି । ସିନ୍ଦେ ଗୋଷ୍ଠୀକୁ ଶିବସେନାର ୫୫ ମଧ୍ୟରୁ ୪୦ ବିଧାୟକ ଏବଂ ୧୮ ସାଂସଦଙ୍କ ମଧ୍ୟରୁ ୧୨ ଜଣଙ୍କ ସମର୍ଥନ ରହିଛି । ଅନ୍ୟପକ୍ଷରେ ଠାକ୍‌ରେ ଗୋଷ୍ଠୀ ପଛରେ ପାର୍ଟି କାର୍ଯ୍ୟକାରିଣୀର ସମର୍ଥନ ରହିଥିବାରୁ ଗୋଷ୍ଠୀ ନିଜ ଦାବିକୁ ମଜଭୁତ କରିଛି । ଏହାକୁ ନେଇ ସୁପ୍ରିମ କୋର୍ଟରେ ଅଗଷ୍ଟ ୧ ତାରିଖରେ ଶୁଣାଣି ହେବ । ସୁପ୍ରିମ କୋର୍ଟ ନିଷ୍ପତ୍ତି ଆସିନଥିôବାରୁ ସିନ୍ଦେ କ୍ୟାବିନେଟ୍‌ର ସମ୍ପ୍ରସାରଣ ହୋଇପାରୁ ନାହିଁ । କେବଳ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡ଼ନାବୀସ୍ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking