30.1 C
Bhubaneswar
Sunday, June 23, 2024
Homeଓଡିଶାଶୀତଳଷଷ୍ଠୀ ପାଇଁ ପତ୍ରପେଣ୍ଡି ନୀତି ସମ୍ପନ୍ନ

ଶୀତଳଷଷ୍ଠୀ ପାଇଁ ପତ୍ରପେଣ୍ଡି ନୀତି ସମ୍ପନ୍ନ

ସମ୍ବଲପୁର : ଶୀତଳଷଷ୍ଠୀ ଉତ୍ସବ ପାଇଁ ଏବେ ସବୁଆଡେ ପ୍ରାୟ ପତ୍ରପେଣ୍ଡି ନୀତି ସମ୍ପନ୍ନ ହେଉଛି । ଶିବବିବାହ ପୁର୍ବରୁ ପତରପେଣ୍ଡି ଯାତ୍ରାର ବିଶେଷ ମହତ୍ତ୍ଵ ରହିଥାଏ କାରଣ ପତରପେଣ୍ଡିରେ ଦେବଦେବୀଙ୍କ ଶୁଭବିବାହ ପାଇଁ ନିର୍ବନ୍ଧ କାଯ୍ୟ କରାଯାଇଥାଏ । ସମ୍ବଲପୁର ସହରରେ ମଧ୍ୟ ପ୍ରସିଦ୍ଧ ଶୀତଳଷଷ୍ଠୀ ପତ୍ରପେଣ୍ଡିନିତି ସମ୍ପନ୍ନ ହୋଇଛି । ସହରର ଝାଡୁଆପଡାର ଲୋକନାଥ ବାବା ,ମୋଦିପଡାର ଯାଗେଶ୍ୱର ବାବା ,ବଡବଜାରର ଶୀତଳେଶ୍ୱର ବାବା ଓ ଠାକୁର ପଡାର ଗୁପ୍ତେଶ୍ୱର ବାବାଙ୍କ ସମେତ ସବୁ ଯାତ୍ରା କମିଟିର ଶିବବିବାହ ପାଇଁ ନିର୍ବନ୍ଧ ସରିଥିବା ବେଳେ ଏବେ ଭକ୍ତଙ୍କ ଅପେକ୍ଷା ଦେବ ଦେବଦମ୍ପତ୍ତିଙ୍କ ଶୁଭ ପରିଣୟକୁ । ଦେବଦମ୍ପତିଙ୍କ ଶୁଭବିବାହ ପାଇଁ ବରପକ୍ଷଙ୍କ ସହ କନ୍ୟା ପିତାମାତା କରିଛନ୍ତି ନିର୍ବନ୍ଧ। ତେବେ ସଂପୂର୍ଣ୍ଣ ଲୋକାଚାର ନିତିରେ ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀ ଅପୁର୍ବ ଶୁଭ ପରିଣୟ ହେବାକୁ ଥିବା ବେଳେ ଶେଷ ହୋଇଛି ସବୁ ଯାତ୍ରା କମିଟିର ନିର୍ବନ୍ଧ ବା ପତ୍ରପେଣ୍ଡି କାର୍ଯ୍ୟକ୍ରମ । ଦେବ ଦେବ ମହାଦେବ ଙ୍କ ପତରପେଣ୍ଡି ଯାତ୍ରାରେ ବହୁ କଳାକାରଙ୍କ ସମେତ ଯାତ୍ରା କମିଟିର ସମସ୍ତ ସଭ୍ୟ ସାମିଲ ରହିଥିଲେ ।
ତେବେ ଶୀତଲେଶ୍ୱର ବାବା, ସୋମନାଥ ବାବା,ରାମେଶ୍ୱର ବାବା,ଗୁପ୍ତେଶ୍ୱର ବାବା ,ଗୁଡେଶ୍ଵର ବାବା, ଶଙ୍କର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ବରପକ୍ଷ ଚଳିତ ବର୍ଷର କନ୍ୟା ପିତାମାତା ଙ୍କ ଘରେ ପହଞ୍ଚିବା ପରେ ବରପକ୍ଷଙ୍କୁ ପାଛୋଟି ନିଆଯାଇଥିଲା । ସେଠାରେ ପରଂପରା ଅନୁଯାୟୀ ବର ପିତା କନ୍ୟା ପିତାମାତାଙ୍କୁ ସାଥିରେ ଆଣିଥିବା ସରଗିପତ୍ର, ଫୁଲ, ବେଲପତ୍ର ଦେଇ ମାତା ପାର୍ବତୀଙ୍କ ସହ ଦେବ ଦେବମହାଦେଙ୍କ ବାହାଘର ପାଇଁ ନିର୍ବନ୍ଧ ସ୍ଥିର ନିଶ୍ଚିତ କରିଥିଲେ। ଏହି ପତ୍ରପେଣ୍ଡି ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ଦୁଲଦୁଲି ବାଜା, ସହ ବହୁ କଳାକାର ଓ କିନ୍ନର ମାନେ ମଧ୍ୟ ସାମିଲ ରହିଥିଲେ ।

ସେହିପରି ବରଗଡ଼ରେ ଶୀତଳଷଷ୍ଠୀ ପାଇଁ ପତ୍ରପେଣ୍ଡି ଶୋଭାଯାତ୍ରା ବାହାରି ପାତ୍ରୀ ଚୟନ ନୀତି ସମ୍ପନ୍ନ ହୋଇଛି । ଶନିବାର ସନ୍ଧ୍ୟାରେ ହରପାର୍ବତୀଙ୍କ ଆରତୀ ପରେ ବାବା କପିଲେଶ୍ବରଙ୍କ ତରଫରୁ ପାତ୍ରୀ ମନନୋୟନ ପତ୍ରପେଣ୍ଡି ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ବରପାଲି ସହର ପରିକ୍ରମା କରି ହିମାଦ୍ରୀ ନଗର ଠାରେ ପହଞ୍ଚିବା ପରେ ପାତ୍ରୀ ମନନୋୟନ ବୈଦିକ ରୀତିନୀତିରେ ସମାପନ ହୋଇଥିଲା। ପତରପେଣ୍ଡି ଶୋଭାଯାତ୍ରାରେ ଶିବଙ୍କ ବାହନ ମାନେ ସାମିଲ ହୋଇଥିବାବେଲେ ସହ ସହ ଭକ୍ତଙ୍କ ଭିଡ ରହିଥିଲା। ପାତ୍ରୀ ଚୟନ ସମୟରେ ବର ପକ୍ଷ ଓ କନ୍ୟା ପକ୍ଷର ଦୁଇ ପଣ୍ଡିତ ମାନଙ୍କ ମଧ୍ୟରେ ଶ୍ଳୋକ ମାଧ୍ୟମରେ ଯୁକ୍ତି ତର୍କ ହୋଇଥିଲା। କନ୍ୟା ପକ୍ଷ ପଣ୍ଡିତ ବାରୁମ୍ବାର ଶିବଙ୍କ ଚାଲିଚଳନ ଉପରେ ପଶ୍ନ କରୁଥାନ୍ତି ବରପକ୍ଷ ପଣ୍ଡିତ ଭଗବାନ ଶିବଙ୍କ ଗୁଣ ଗାୟନ କରି ଉତ୍ତର ରଖିଥାନ୍ତି। ଭଗବାନ ଶିବଙ୍କ ଗୁଣଗାନ ଶୁଣିବା ପାଇଁ ଶହ ଶହ ଭକ୍ତ ମନଦେଇ ଉପଭୋଗ କରିଛନ୍ତି। ରବିବାର ବେଦ ନିମତ୍ରଣ ଭୈରବ ବୁଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking