18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶସୋମାଲିଆ ଉପକୂଳରୁ ଜାହାଜ ଅପହରଣ ଘଟଣା; ୧୫ ଭାରତୀୟ ନାବିକ ସୁରକ୍ଷିତ ଉଦ୍ଧାର

ସୋମାଲିଆ ଉପକୂଳରୁ ଜାହାଜ ଅପହରଣ ଘଟଣା; ୧୫ ଭାରତୀୟ ନାବିକ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ବେଶ୍ କିଛି ସମୟର ଦ୍ୱିପାକ୍ଷିକ ଆଲୋଚନା ପରେ ଶେଷରେ ସୋମାଲିଆ ଉପକୂଳରୁ ଅପହୃତ ହୋଇଥିବା ଏକ ଜାହାଜକୁ ମୁକ୍ତ କରିଦିଆଯାଇଛି । ଏଥିସହ ଜାହାଜ ସହ ଅପହରଣ ହୋଇଯାଇଥିବା ୧୫ ଭାରତୀୟ ନାବିକ (କ୍ର‌୍ୟୁ ସଦସ୍ୟ)ଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସୋମାଲିଆ ଉପକୂଳରୁ ଜାହାଜକୁ ଅପହରଣ କରିନିଆଯାଇଥିବା ଏବଂ ଏଥିରେ ୧୫ ଭାରତୀୟ ନାବିକ ରହିଥିବା ଜଣାପଡିବା ପରେ ଭାରତୀୟ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ନାବିକଙ୍କୁ ଉଦ୍ଧାର କରିବା ପାଇଁ ନୌସେନାର ଏକ ବୃହତ୍ ଜାହାଜ ଆଇଏନ୍‌ଏସ୍ ଚେନ୍ନାଇ ସେଠାରେ ପହଞ୍ôଚବା ପରେ ଅପହରଣକାରୀ ଜଳଦସ୍ୟୁଙ୍କୁ ତୁରନ୍ତ ଭାରତୀୟ ନାବିକଙ୍କୁ ମୁକ୍ତ କରିବାକୁ ଚେତାବନୀ ଦିଆଯାଇଥିଲା । ଫଳରେ ଜଳଦସ୍ୟୁମାନେ ଭାରତୀୟ ନାବିକଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲେ ।

ସୂଚନାନୁସାରେ ଅପହରଣ କରାଯାଇଥିବା ଜାହାଜର ନାମ ଏମ୍ ଭି ଲୀଲା ନରଫୋଲ୍କ ଏବଂ ଏଥିରେ ଲାଇବେରିଆ ପତାକା ଲାଗିଛି । ବ୍ରାଜିଲରୁ ବାହାରିଥିବା ଏହି ଜାହାଜ ବାହାରିନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ସୋମାଲିଆ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ବାଣିଜ୍ୟ ପୋତ ମଧ୍ୟକୁ ୫/୬ ଜଳଦସ୍ୟୁ ପଶିଆସିଥିଲେ ଏବଂ ଏହାକୁ ହାଇଜାକ୍ କରିନେଇଥିଲେ । ଏସମ୍ପର୍କରେ ଭାରତୀୟ ନୌସେନାକୁ ସୂଚନା ମିଳିବା ମାତ୍ରେ ଜାହାଜ ଉପରେ ନଜର ରଖିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଆଇଏନ୍‌ଏସ୍ ଚେନ୍ନାଇକୁ ଉଦ୍ଧାର କାର୍ଯ୍ୟ ପାଇଁ ସେଦିଗରେ ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking