33.1 C
Bhubaneswar
Wednesday, October 16, 2024
Homeଖେଳଆଇଏମ୍‌ଏଲ୍‌ରେ ଭାରତର ନେତୃତ୍ୱ ନେବେ ସଚିନ୍

ଆଇଏମ୍‌ଏଲ୍‌ରେ ଭାରତର ନେତୃତ୍ୱ ନେବେ ସଚିନ୍

ନୂଆଦିଲ୍ଲୀ :  କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ଅବସରପ୍ରାପ୍ତ ବିଶ୍ୱର ମହାନ୍ କ୍ରିକେଟର୍‌ଙ୍କୁ ନେଇ ହେବାକୁ ଥିବା ଆଗାମୀ ଇଣ୍ଟରନାସ୍‌ନାଲ୍ ମାଷ୍ଟର୍ସ ଲିଗ୍ (ଆଇଏମ୍‌ଏଲ୍‌) ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ନେତୃତ୍ୱ ନେବେ । ଏହି ରୋମାଞ୍ଚକର ଟି-୨୦ ଫ୍ରାଞ୍ଚାଇଜି ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ବ୍ୟତୀତ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ସାଉଥ୍ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ର ମହାନ୍ ଖେଳାଳିମାନେ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ର ଉଦ୍‌ଘାଟନୀ ସଂସ୍କରଣ ନଭେମ୍ବର ୧୭ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଟୁର୍ଣ୍ଣାମେଣ୍ଟ୍‌ର ପ୍ରାରମ୍ଭିକ ୪ଟି ମ୍ୟାଚ୍ ନଭି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ଖେଳାଯିବ । ସଚିନ୍ ତେନ୍ଦୁଲକରଙ୍କ ଭାରତ ଏବଂ କୁମାର ସାଙ୍ଗକାରାଙ୍କ ଶ୍ରୀଲଙ୍କା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍‌ରେ ଶେନ୍ ୱାଟ୍‌ଙ୍କ ଅଷ୍ଟ୍ରେଲିଆ ଜ୍ୟାକ୍ କାଲିସ୍‌ଙ୍କ ସାଉଥ୍ ଆଫ୍ରିକାକୁ ଭେଟିବ । ପରେ ଶ୍ରୀଲଙ୍କାର ମୁକାବିଲା ଇଓନ୍ ମୋର୍ଗାନ୍‌ଙ୍କ ଇଂଲଣ୍ଡ ସହ ହେବ । ବ୍ରାଏନ୍ ଲାରାଙ୍କ ୱେଷ୍ଟଇଣ୍ଡିଜ୍ ଚତୁର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିବ । ନଭେମ୍ବର ୨୧ରୁ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ଚରଣ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମ୍‌ରେ ଖେଳାଯିବ । ଏହି ଚରଣ ଭାରତ-ସାଉଥ୍ ଆଫ୍ରିକା ମ୍ୟାଚ୍‌ରୁ ଆରମ୍ଭ ହେବ । ଏଠାରେ ଛଅଟି ମ୍ୟାଚ୍ ଖେଳାଯିବା ପରେ ଟୁର୍ଣ୍ଣାମେଣ୍ଟ୍‌ର ତୃତୀୟ ଚରଣ ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ । ଏହି ଚରଣ ନଭେମ୍ବର ୨୮ରୁ ଆରମ୍ଭ ହେବ ଏବଂ ଏହି ଚରଣରେ ଭାରତ ଇଓନ୍ ମୋର୍ଗାନ୍‌ଙ୍କ ଇଂଲଣ୍ଡକୁ ଭେଟିବ । ରାୟପୁରରେ ସେମିଫାଇନାଲ୍ ଏବଂ ଗ୍ରାଣ୍ଡ୍ ଫାଇନାଲ୍ (ଡିସେମ୍ବର ୮) ସମେତ ଆଠଟି ମ୍ୟାଚ୍ ଖେଳାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking