19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଡିପ୍‌ଫେକ୍‌ର ଶିକାର ହେଲେ ସଚିନ୍

ଡିପ୍‌ଫେକ୍‌ର ଶିକାର ହେଲେ ସଚିନ୍

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଜଗତର କିମ୍ବଦନ୍ତୀ, ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଡିପଫେକ୍‌ର ଶିକାର ହୋଇଛନ୍ତି । ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ସଚିନ୍ ଏକ ଗେମିଂ ଆପ୍‌ର ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି । ସଚିନ୍ ଏଥିରେ କହୁଛନ୍ତି ଯେ, ‘ତାଙ୍କ ଝିଅ ସାରା ମଧ୍ୟ ଏହି ଗେମ୍ ଖେଳି ଅର୍ଥ ରୋଜଗାର କରୁଛନ୍ତି । ତେଣୁ ଏହି ଗେମ୍ ଖେଳି ଯେକେହି ଏଥିରୁ ଆର୍ଥିକ ଲାଭ ଉଠାଇପାରିବେ ।’

ଏସମ୍ପର୍କରେ ଜଣାପଡିବା ପରେ ସଚିନ୍ ତୁରନ୍ତ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ଏଥିରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ସେ ଏପ୍ରକାର କୌଣସି ଗେମ୍‌କୁ ପ୍ରମୋଟ୍ କରୁନାହାନ୍ତି କିମ୍ବା କରିବାର କୌଣସି ଯୋଜନା ମଧ୍ୟ ନାହିଁ । ତେବେ ସେ ମଧ୍ୟ ଅନ୍ୟଙ୍କ ଭଳି ଏପ୍ରକାର ଘଟଣା ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡିଛନ୍ତି । ଯେକୌଣସି ଟେକ୍ନୋଲୋଜିର ଏପ୍ରକାର ଅପବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଚିନ୍ତାଜନକ । ଏଦିଗରେ ପ୍ରଶାସନ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଅପରାଧୀଙ୍କୁ ଦଣ୍ଡବିଧାନ କରିବାକୁ ସଚିନ୍ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ ନିଜର ଏହି ପୋଷ୍ଟ ଜରିଆରେ ପ୍ରଶଂସକଙ୍କୁ ଏପ୍ରକାର ଭୁଲ୍ ତଥ୍ୟ ପ୍ରଚାର ପ୍ରତି ସତର୍କ ରହିବାକୁ ଏବଂ ଏହା ବିରୋଧରେ ସ୍ୱର ଉଠାଇବାକୁ ମଧ୍ୟ ସଚିନ୍ ଅନୁରୋଧ କରିଛନ୍ତି ।

ପ୍ରକାଶ, ଭାରତରେ ଏବେ ଏଆଇ’ ଟେକ୍ନୋଲୋଜିର ଦୁରୁପଯୋଗଜନିତ କେତେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ଜଣେ ଦୁଇଜଣ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଡିପ୍‌ଫେକ୍ କରାଯାଇ ଏହାକୁ ଭାଇରାଲ୍ କରାଯାଇଥିଲା । ପରେ ଏହା ପ୍ରକୃତ ନୁହେଁ ବରଂ ଡିପ୍‌ଫେକ୍‌ର କମାଲ୍ ଥିଲା ବୋଲି ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking