32.1 C
Bhubaneswar
Saturday, June 22, 2024
Homeଅପରାଧସୈତାନ ସାଜିଲା ସ୍ୱାମୀ: ସ୍ତ୍ରୀକୁ ନିଶା ଦେଇ ଦୁର୍ବୃତ୍ତଙ୍କ ହାତରେ ଟେକିଦେଲା

ସୈତାନ ସାଜିଲା ସ୍ୱାମୀ: ସ୍ତ୍ରୀକୁ ନିଶା ଦେଇ ଦୁର୍ବୃତ୍ତଙ୍କ ହାତରେ ଟେକିଦେଲା

ଚନ୍ଦ୍ରଶେଖରପୁର : ସୈତାନ୍ ସାଜିଲା ସ୍ୱାମୀ । ନିଶା ଦେଇ ସ୍ତ୍ରୀକୁ ଟେକି ଦେଲା ଦୁର୍ବୃତ୍ତଙ୍କ ହାତରେ । ଚେତା ଆସିବା ପରେ ଦୁର୍ବୁତ୍ତଙ୍କ କବଳରୁ ଖସି ଆସିଲେ ମହିଳା । ସପିଂ ମଲ୍‌ରେ ଲୁଚିବା ପରେ ଦୌଡ଼ି ଦୌଡ଼ି ଥାନାରେ ପହଞ୍ଚିଲେ । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଇନଫୋସଟି ଅଞ୍ଚଳରେ । କଟକ ଲାଲବାଗ ଥାନା ଅନ୍ତର୍ଗତ ନିମଚୌଡ଼ି ଅଞ୍ଚଳରେ ରହୁଥିବା ସଜିଦା ଖାତୁନ ଦୁଇମାସ ପୂର୍ବେ ରିଆଜୁଦ୍ଦିନଙ୍କୁ ପ୍ରେମ ବିବାହ କରିଥିଲେ । ଛୋଟ ମୋଟ କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଝିରେ ମଝିରେ ଝଗଡା ଲାଗି ରହୁଥିଲା । ତେବେ ବୁଧବାର ସବୁ ସୀମା ପାର କରି ଦେଇଥିଲେ ରିଆଜୁଦ୍ଦିନ । ସଜିଦାଙ୍କୁ ନିଶା ଖୁଆଇ ବେହୋସ କରିବା ପରେ ଚାରିଜଣ ଦୁର୍ବୃତ୍ତଙ୍କ ସହ ଗୋଟିଏ କାରରେ ପଠାଇଦେଇଥିଲେ । ସାଜିଦାଙ୍କୁ ନେଇ ଚାରି ଦୁର୍ବୃତ୍ତ ଭୁବନେଶ୍ୱର ନେଇ ଆସିଥିଲେ ।

ତେବେ ଭୁବନେଶ୍ୱରରେ ପହଞ୍ଚିଲା ବେଳକୁ ରାସ୍ତାରେ ସଜିଦାଙ୍କର ହୋସ ଆସିଥିଲା । କାର ଭିତରେ ଅଜଣା ଲୋକଙ୍କ ସହ ନିଜକୁ ଠାବ କରିବା ପରେ ସେ ମୁକୁଳି ଆସିବାକୁ ଉଦ୍ୟମ କରିଥିଲେ । କିଛି ସମୟ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି ହେବା ପରେ ସେ ଏଥିରେ ସଫଳ ହୋଇଥିଲେ । ମ୍ୟାଗନେଟିକ ଛକ ନିକଟରେ କାରରୁ ଡେଇଁ ଏକ ସପିଂ ମଲ୍ ଭିତରେ ଲୁଚି ରହିଥିଲେ । ଦୁର୍ବୃତ୍ତ ମାନେ ଚାରିଆଡେ ଖୋଜାଖୋଜି କରି ତାଙ୍କୁ ନପାଇ ଫେରି ଯାଇଥିଲେ । ମହିଳା ଜଣକ ଇନ୍‌ଫାସିଟି ଥାନାକୁ ଦୌଡି ଯାଇ ପୁଲିସକୁ ସାହାଯ୍ୟ ମାଗିଥିଲେ । ପରେ ପୁଲିସ ମହିଳାଙ୍କୁ କଟକ ଲାଲବାଗ ଥାନାକୁ ହସ୍ତାନ୍ତର କରିଥିଲେ । ତେବେ ଜଣେ ସ୍ୱାମୀ ନିଜ ପତ୍ନୀକୁ ନିଶା ଦେଇ ବେହୋସ କରିବା ପରେ ଅନ୍ୟ ପୁରୁଷଙ୍କ ହାତରେ ଟେକି ଦେବା ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking