ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ଙ୍କ ଭାଇକୁ ଧରିଲା ପୋଲିସ । ୱେବ୍ଚ୍ୟାନେଲ୍ର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭାଇ ଧରାପଡ଼ିଲା । ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ କବ୍ଜାକୁ ନେଲା ପୋଲିସ । ପରେମଶ୍ୱର ରାଉତ୍ଙ୍କୁ ବିଜୱାଡ଼ାରୁ ଧରିଲା ପୋଲିସ । ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କୁ ଫେରାର ପ୍ଲାନ୍ କରିଥିଲେ ପରମେଶ୍ୱର । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା ବିଜୟୱାଡ଼ା ଯାଇନଥିବା ମିଳିଲା ସୂଚନା । ତେବେ ବର୍ତ୍ତମାନ ଶର୍ମିଷ୍ଠା କେଉଁଠି, ସେ ନେଇ ପୋଲିସ ମଧ୍ୟ ଜାଣିନାହିଁ । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବ ବୋଲି ଆଶାକରାଯାଉଛି ।
ସେପଟେ ଭଦ୍ରକ ପୋଲିସ ଖୋଳତାଡ଼ ଜାରି ରଖିଛି । ଓଡ଼ିଶା ବାହାରେ ତିିନିଟି ଟିମ୍ ଏବଂ ରାଜ୍ୟ ଭିତରେ ଶର୍ମିଷ୍ଠାଙ୍କୁ ଧରିବାକୁ ଟିମ୍ କାମରେ ଲାଗିଛି। ପୋଲିସ୍ କାହାରି ଚାପରେ ନାହିଁ, ତଦନ୍ତ ନିରପକ୍ଷ ଭାବେ ହେଉଛି ବୋଲି ଭଦ୍ରକ ଏସ୍ପି ଚରଣ ସିଂହ ମୀନା କହିଥିଲେ । ପୂର୍ବରୁ ଦୁଇ ଥର ପୋଲିସ୍ ଶର୍ମିଷ୍ଠାଙ୍କୁ ଡାକି ପଚରାଉଚରା ପରେ ଛାଡ଼ି ଦେଇଥିଲା । ଏସମ୍ପର୍କରେ ବି ପ୍ରତିକ୍ରିୟା ରଖିଛନ୍ତି ଏସ୍ପି । ପ୍ରାଥମିକ ତଦନ୍ତ ପରେ ପୋଲିସ୍ ହାତରେ ପ୍ରମାଣ ଲାଗିଥିଲା । ଏହାପରେ ତାଙ୍କୁ ଖୋଜା ହେଉଛି ଏବଂ ତଦନ୍ତକୁ ଆଗକୁ ବଢ଼ାଇଥିବା ସେ ଦୋହରାଇଛନ୍ତି।
ମାନସ ସ୍ୱାଇଁ ହତ୍ୟା ଘଟଣା: ଦୁଇ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା କହିଲେ ମାନସଙ୍କ ପତ୍ନୀ