26.1 C
Bhubaneswar
Monday, October 21, 2024
Homeଓଡିଶାଶାରଦୀୟ ଦୁର୍ଗା ମହୋତ୍ସବ

ଶାରଦୀୟ ଦୁର୍ଗା ମହୋତ୍ସବ

ଯାଜପୁର: ସାର୍ବଜନିନ ଦୂର୍ଗା ମନ୍ଦିର କମିଟି ତରଫରୁ ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ କାଳିମେଲଣ ପଡିଆ ରେ ଦୂର୍ଗା ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି। ଉପଦେଷ୍ଟା ବିବେକାନନ୍ଦ ମହାନ୍ତିଙ୍କ ପରିଚଳନା ରେ ଅନୁଷ୍ଟିତ ଉତ୍ସବ କୁ ଅଖିଳ ଭାରତୀୟ ସନ୍ୟାସୀ ସଙ୍ଗଠନ ର ଉପସଭାପତି ତାମିଲନାଡୁ ର ଶ୍ରୀ ଶ୍ରୀ ଚେଣ୍ଡଳଙ୍ଗର ରାମାନୁଜ ଜିଆର୍ ଚାରିଦିନ ହବାକୁ ଥିବା ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯୟକ୍ରମ କୁ ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ସ୍ଵାମୀ ଉଦୟାନନ୍ଦ ପର୍ବତ ମହାରାଜ, ସମ୍ମାନୀତ ଅତିଥି ଭାବେ ଚୋରାଦା ଗ୍ରାମ କମିଟି ର ସଭାପତି ବିଦ୍ୟାଧର ମହାନ୍ତି, ସମ୍ପାଦକ ରବିନାରାୟଣ ପୁହାଣ, ଆଦର୍ଶ ଥାନା ର ଭାର ପ୍ରାପ୍ତ ଅଧିକାରୀ ଉପେନ୍ଦ୍ର କୁମାର୍ ପ୍ରଧାନ, ସହ ଅଧିକାରୀ ନିର୍ମଳ ଚନ୍ଦ୍ର ସାହୁ, ଯୋଗ ଦେଇ ସତ୍ୟ ଓ ଧର୍ମ ମାର୍ଗରେ ପରିଚାଳିତ ହେବାକୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଉପଦେଷ୍ଟା ବ୍ରଜ କିଶୋର ରାଉତ ସ୍ଵାଗତ ସମ୍ଭାଷଣଓ କମିଟି ସମ୍ପାଦକ ନିରାକାର ସାହୁ ମନ୍ଦିର କମିଟି ର ବିଭିନ୍ନ ଜନ ହିତ କର କାର୍ଯ୍ୟ କ୍ରମ ଉପରେ ଶ୍ରଦ୍ଧାଳୁ ଙ୍କୁ ସୂଚନା ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ, କର୍ଯ୍ୟକର୍ତା ନାରାୟଣ ଚନ୍ଦ୍ର ବଳ, ସଂସ୍କୃତିକ ସମ୍ପାଦକ ଅକ୍ଷୟ କୁମାର୍ ଦେଓ, ସୁଶାନ୍ତ କୁମାର ପାଢୀ,ଜୟଦେବ ନାୟକ,ତଥାଗତ ସାହୁ, ଦେବଦତ୍ତ ରାୟ, ସାମ୍ବାଦିକ ସଂଗ୍ରାମ କୁମାର୍ ସିଂହ, ନିଗମାନନ୍ଦ ମହାନ୍ତି, ରଶ୍ମୀ ରଞ୍ଜନ ରାଉତ, ପଞ୍ଚାନନ ଦାସ,ରମାକାନ୍ତ ଦାସ, ଗଗନ୍ କୁମାର୍ ସିଂହ, ପ୍ରଦ୍ୟୁମ୍ନ ଷେଣ୍ଢ , ଶାଗରିକା ନାୟକ, ସୁଶାନ୍ତ ସେନାପତି, ସତ୍ୟ ପ୍ରକାଶ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ବହୁ ସ୍ଥାନୀୟ ଓ ବାହାର ର କଳାକାର ଅଂଶ ଗ୍ରହଣ କରିଥିଲେ। ଶ୍ରଦ୍ଧାଳୁ ମାନେ ମା ଙ୍କ ଆଶୀର୍ବାଦ ନେବା ସହ ସାଂସ୍କୃତିକ କାର୍ଯ୍ୟ କ୍ରମ କୁ ଉପୋଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking