ନୂଆଦିଲ୍ଲୀ : ଶୁକ୍ରବାର ଆଇପିଏଲ୍ର ଷୋଡ଼ଶ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ଏହି ଦାମୀ ଲିଗ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସର ତାରକା ପେସର୍ ମହମ୍ମଦ ଶମି ତାଙ୍କର ଶହେତମ ୱିକେଟ୍ ହାସଲ କରିଛନ୍ତି । ସେ ଚେନ୍ନାଇ ସୁପର୍ କିଙ୍ଗ୍ସ ଓପନର ଡେଭନ୍ କୋନ୍ୱେଙ୍କୁ ଆଉଟ୍ କରି ଏହି ଲିଗ୍ରେ ଊନବିଂଶ ବୋଲର୍ ଭାବେ ଶତକୀୟ ୱିକେଟ୍ ଦଖଲ କରିଛନ୍ତି । ଇନିଂସର ତୃତୀୟ ଓଭର୍ରେ କୋନ୍ୱେଙ୍କୁ ବୋଲ୍ଡ ଆଉଟ୍ କରିଥିଲେ ।
ଏଥିସହ ଶମି ନୂଆ ସିଜନ୍ର ପ୍ରଥମ ୱିକେଟ୍ ମଧ୍ୟ ଦଖଲ କରିଥିଲେ । ଅଦ୍ୟାବଧି ଶମି ଆଇପିଏଲ୍ରେ ୯୪ ମ୍ୟାଚ୍ ଖେଳି ମୋଟ ୧୦୧ଟି ୱିକେଟ୍ ନେଇସାରିଛନ୍ତି । ଆଇପିଏଲ୍ରେ ସର୍ବାଧିକ ୱିକେଟ୍ ହାସଲ କରିଥିବା ବୋଲର୍ଙ୍କ ମଧ୍ୟରେ ଚେନ୍ନାଇର ଡ୍ୱେନ୍ ବ୍ରାଭୋ ପ୍ରଥମ ସ୍ଥାନରେ ଅଛନ୍ତି । ସେ ୧୬୧ ମ୍ୟାଚ୍ ଖେଳି ୧୮୧ଟି ୱିକେଟ୍ ନେଇଥିବା ବେଳେ ୧୨୨ ମ୍ୟାଚ୍ରେ ୧୭୦ ୱିକେଟ୍ ସହ ଶ୍ରୀଲଙ୍କାର ଲାସିଥ୍ ମାଲିଙ୍ଗା ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ।