18.1 C
Bhubaneswar
Thursday, January 15, 2026
Homeଖେଳଟିମ୍ ଇଣ୍ଡିଆରେ ଯୋଗଦେବେ ଶମୀ

ଟିମ୍ ଇଣ୍ଡିଆରେ ଯୋଗଦେବେ ଶମୀ

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଷ୍ଟାର୍ ଫାଷ୍ଟ୍ ବୋଲର୍ ମହମ୍ମଦ ଶମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହେବେ। ଶମୀଙ୍କୁ ପାଞ୍ଚ ଟେଷ୍ଟ ବିଶିଷ୍ଟ ସିରିଜ୍ ପାଇଁ ଟିମ୍‌ରେ ଚୟନ କରାଯାଇ ନଥିଲା। ତେବେ ନିକଟରେ ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ନିଜ ଫିଟ୍‌ନେସ୍ ସାବ୍ୟସ୍ତ କରିବା ପରେ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଟିମ୍‌ରେ ଯୋଡ଼ିହେବା ନିଶ୍ଚିତ ବୋଲି ପିଟିଆଇ ରିପୋର୍ଟରେ କୁହାଯାଇଛି। ଗତବର୍ଷ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପରଠାରୁ ଶମୀ ଟିମ୍ ଇଣ୍ଡିଆ ବାହାରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟ୍‌ରେ ସେ ଆହତ ହୋଇଥିଲେ ଏବଂ ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କ ଗୋଇଠିରେ ସର୍ଜରୀ ହୋଇଥିଲା। ନିକଟରେ ସେ ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ଟ୍ରଫିର ପଞ୍ଚମ ରାଉଣ୍ଡ୍ ମ୍ୟାଚ୍‌ରେ ୩୬୦ ଦିନ ପରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବେଙ୍ଗଲ ପକ୍ଷରୁ ଖେଳି ଶମୀ ୪୩.୨ ଓଭର୍ ବୋଲିଂକରି ୭ ୱିକେଟ୍ ଅକ୍ତିଆର କରିଥିଲେ। ଏହା ବ୍ୟତୀତ ସେ ୩୭ ରନ୍‌ର ଯୋଗଦାନ ମଧ୍ୟ ଦେଇଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୨ରୁ ପର୍ଥରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥିପାଇଁ ରୋହିତ ଶର୍ମାଙ୍କ ବ୍ୟତୀତ ଟିମ୍ ଅନ୍ୟ ସମସ୍ତ ସଦସ୍ୟ ଅଷ୍ଟ୍ରେଲିଆ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କୁହାଯାଉଛି ଶମୀ ବର୍ଡର-ଗାଭାସ୍କର ଟ୍ରଫି ଜରିଆରେ ଭାରତୀୟ ଟିମ୍‌କୁ ଫେରିବେ। ସିରିଜ୍ ପାଇଁ ଟିମ୍ ଘୋଷଣା ବେଳେ ଶମୀଙ୍କ ନାମ ନଥିଲା। ମାତ୍ର ଏବେ ତାଙ୍କ ଦମ୍‌ଦାର ପ୍ରତ୍ୟାବର୍ତ୍ତନ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛି। ଶମୀ ଯଦି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳନ୍ତି, ଏହା ଭାରତ ପାଇଁ ଆଶ୍ୱସ୍ତିର ବିଷୟ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking