ଯାଜପୁର: ପୁଣି ଏକ ଲଜ୍ଜ୍ୟା । ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ । ହକି ଷ୍ଟାଡିୟମର କ୍ରୀଡା କୋଚ ଏବଂ ତାଙ୍କ ଅନ୍ୟ ଦୁଇ ସହେଯାଗୀ ଦ୍ୱାରା ଅସଦାଚରଣ ଓ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ହକି କୋଚକୁ ଉଠାଇ ନେଇଛି ଯାଜପୁର ଟାଉନ ଥାନା ପୋଲିସ । କୋଚ ଏବଂ ସହେଯାଗୀ ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ଲଜରେ ଦୁଶ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୩ ତାରିଖ ସନ୍ଧ୍ୟାରେ ଘଟିଥିଲା ଘଟଣା । ଛାତ୍ରୀ ଜଣଙ୍କ ଦୁଇ ବର୍ଷ ହେବ ଯାଜପୁର ହକି ଷ୍ଟାଡିୟମରେ ପ୍ରଶିକ୍ଷଣ ନେଉଥିଲେ । ଆଉ ୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ପୀଡିତା ଙ୍କର ଜିଲ୍ଲା କୋର୍ଟରେ ବୟାନ ରେକର୍ଡ ହୋଇଛି ।










