ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ର ଦାମୋଦର ପୁର ଠାରେ ଉଦ୍ୟାନ ବିଭାଗ ଦ୍ୱାରା ଜଙ୍ଗଲ ଜମି ରେ ପିଜୁଳି ଚାଷକରା ଯାଇ ଥିଲା । ଉଦ୍ୟାନ ବିଭାଗ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଧାରା .୨୪ ଆଇନ କୂ ଉଲଘଂନ କରିଵା ସଙ୍ଗେ ଜଙ୍ଗଲ ବିଭାଗ ଠାରୁ ପିଜୁଳି ଚାଷ ପାଇଁ ମଧ୍ୟ୍ୟ ଅନୁମତି ନେଇ ନ ଥିଲେ. । ଉକ୍ତ ଜମି ଶାଳ ଜଙ୍ଗଲପାଇଁ ସରକ୍ଷିତ.ଥିଲା । ଜିଲ୍ଲା ଉଦ୍ୟାନ ବିଭାଗ ଜଙ୍ଗଲ ନିୟମ କୁ ଉପେକ୍ଷା କରି ପିଜୁଳି ବଗିଚା କରି ଥିଲା । ଏ ସମ୍ପର୍କ ରେ ଗ୍ରାମ କେତକ ବୁଦ୍ଧି ଯିବି ଏଠାରେ ପିଜୁଳି ଚାଷ କରିବା ଆଇନ ବିରୋଧ ବୋଲି ଜିଲ୍ଲା ଉଦ୍ୟାନ ବିଭାଗ ନିକଟରେ ରେ ଅଭିଯୋଗ କରି ଥିଲେ । କିନ୍ତୁ ଜିଲ୍ଲା ଉଦ୍ୟାନ ବିଭାଗ ର ଅତିରିକ୍ତ ଜିଲ୍ଲା ହର୍ଟିକଲ ଅଧିକାରୀ ଭୂକ୍ଷେପ କରି ନ ଥିଲେ । ଏ.ଡି.ଏଚ ନିଜର ପାରିଲା ପଣିଆ କୁ ଦେଖେଇ ହେବାକୁ ଯାଇ ରାଜ୍ୟ ସରକାର ଙ୍କୁ ହରଡ଼ଘଣା ରେ ପକାଇ ଥିବାରୁ କୁହାଯାଉଛି । ପିଜୁଳି ଚାଷ ପାଇଁ ଡିଏମ ପାଣ୍ଠି ରୁ ୧୫କୋଟି ଟଙ୍କା ଚାଷ ପାଇଁ ବିନିଯୋଗ ହୋଇଛି । ଏ ସମ୍ପର୍କ ରେ ଜାତୀୟ ଗ୍ରୀନ ଟ୍ରିବୁନାଲ ନିକଟରେ ରେ ଅଭିଯୋଗ ହେବାରୁ ଏହି ଘଟଣା କୁ ଗ୍ରୀନ ଟ୍ରିବୁନାଲ ର ଦୁଇ ଜଣିଆ ବିଚାର ପତି ବିଚାର କରି ଜଙ୍ଗଲ ସଂରକ୍ଷଣ ଆଇନ କୁ ଉଲଘଂନ କରି ଥିବାରୁ ପିଜୁଳି ବଗିଚା ଉପରେ ରୋକ ଲଗାଇଛନ୍ତି । କ୍ଷତି ପୂରଣ ବାବଦ ରେ ଏକ କୋଟି ଟଙ୍କା ଜୋରିମାନା ରାଜ୍ୟ ସରକାର ଉପରେ କରିଛନ୍ତି । ଦୁଇ ମାସ ମଧ୍ୟ ରେ ଏକ କୋଟି ଟଙ୍କା ପୈଠ କରିବା ପାଇଁ ଜାତୀୟ ଗ୍ରୀନ ଟ୍ରିବୁନାଲ ରାଜ୍ୟ ସରକାର ଙ୍କ ଉପରେ ନୋଟିସ ଜାରି କରିଛନ୍ତି । ପିଜୁଳି ବଗିଚା କୁ ଭାଙ୍ଗି ଦେଇ ଛନ୍ତି । ଡିଏମଏଫ ର ଅର୍ଥ ୧୫.କୋଟି ଟଙ୍କା ପାଣି ରେ ପଡିଲା । ସୁକିନ୍ଦା ଅଞ୍ଚଳ ରେ ରାସ୍ତା ଘାଟ ପାନୀୟ ଜଳ ସ୍ୱାସ୍ଥ ଶିକ୍ଷା ରେ ଯୋଜନା କରାଯାଇ ଡି ଏମ ଏଫ ଅର୍ଥ କୁ ଖର୍ଚ୍ଚ କରା ଯାଇ ଥିଲେ ଜନ ସାଧାରଣ ଉପକୃତ ହୋଇ ପରି ଥାନ୍ତେ !