26.1 C
Bhubaneswar
Friday, January 16, 2026
Homeଖେଳବାଂଲାଦେଶ ପ୍ରଶଂସକଙ୍କୁ କ୍ଷମା ମାଗିଲେ ସାକିବ୍

ବାଂଲାଦେଶ ପ୍ରଶଂସକଙ୍କୁ କ୍ଷମା ମାଗିଲେ ସାକିବ୍

ନୂଆଦିଲ୍ଲୀ: ବାଂଲାଦେଶର ମହାନ୍ କ୍ରିକେଟର୍ ସାକିବ୍ ଅଲ୍ ହସନ୍ ନିଜର ଦେଶର ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ସହିତ ନିଜର ଅନ୍ତିମ ଟେଷ୍ଟ ମ୍ୟାଚ୍ ପାଇଁ ସେମାନଙ୍କ ସମର୍ଥନ ମଧ୍ୟ ଲୋଡ଼ିଛନ୍ତି। ଅକ୍ଟୋବର ୨୧ରୁ ମୀରପୁରରେ ଆରମ୍ଭ ହେବାକୁ ଥିବା ସାଉଥ୍ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳି ରିଟାୟର୍ଡ ହେବାକୁ ଚାହୁଁଛନ୍ତି। ଏହି ଟେଷ୍ଟ ପରେ ସେ ଆମେରିକା ଫେରିଯିବେ। ସେମାନେ ସେ ପତ୍ନୀ ଓ ତିନି ସନ୍ତାନଙ୍କ ସହ ରହୁଛନ୍ତି। ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଶେଷପରେ ଏବେ ୟୁଏଇରେ ଥିବା ସାକିବ୍‌ଙ୍କୁ ସୁରକ୍ଷିତ ଭାବେ ବାଂଲାଦେଶ ଫେରିବା ଏବଂ କ୍ୟାରିୟର୍‌ର ଅନ୍ତିମ ମ୍ୟାଚ୍ ଖେଳିବା ପାଇଁ ସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ଆସିଫ୍ ମହମୁଦ୍ ତାଙ୍କୁ ନିଜର ରାଜନୈତିକ ସ୍ଥିତି ସ୍ପଷ୍ଟ କରିବାକୁ କହିଥିଲେ। ଏହି କାରଣରୁ ସେ ବାଂଲାଦେଶରେ ହେଉଥିବା ଆନ୍ଦୋଳନକୁ ନେଇ ନିଜର ମତ ରଖିଛନ୍ତି। ଶେଖ୍ ହସିନା ସରକାରରେ ସାଂସଦ ଥିବା ସାକିବ୍ ନିଜ ମନୋଭାବ ସ୍ପଷ୍ଟ କରିଛନ୍ତି। ହିଂସକ ଆନ୍ଦୋଳନରେ ମୃତ ଛାତ୍ରଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅନ୍ତିମ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ସମର୍ଥନ ଲୋଡ଼ିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking