ନୂଆଦିଲ୍ଲୀ : IIFA ଆୱାର୍ଡ ୨୦୨୨ ରେ ଏଥର ସାହିଦ କପୁର ପରଫର୍ମ କରିବେ। ଏଥିପାଇଁ ସେ ଆବୁଧାବିର ୟାସ ଦ୍ୱୀପରେ ପହଞ୍ଚିଛନ୍ତି। ଏହିଠାରେ IIFA ୨୦୨୨ ର ଇଭେଣ୍ଟ ହେବ। ସାହିଦ ସ୍ୱର୍ଗତ ଗାୟକ ବାପି ଲାହିରିଙ୍କୁ IIFA ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ। ଅଭିନେତା ନିଜେ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ତାଙ୍କ ନିଜ ଗୀତରେ ପରଫର୍ମ ନକରି ସ୍ୱର୍ଗତ ଗାୟକ ବାପି ଲାହିରିଙ୍କ ଗୀତରେ ପରଫର୍ମ କରିବେ।
ସାହିଦ କହିଛନ୍ତି, ‘ମୁଁ ମୋର ପରଫର୍ମ ସହିତ ବାପି ଦାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବି। ମୁଁ ତାଙ୍କର ଲୋକପ୍ରିୟ ଗୀତରେ ଡ୍ୟାନ୍ସ କରିବାକୁ ଯାଉଛି। ଏଥର ମୁଁ ମୋର କୌଣସି ଗୀତରେ ପରଫର୍ମ କରିବିନି, କେବଳ ବାପି ଦାଙ୍କ ଗୀତରେ।
ଅଭିନେତା ଆହୁରି କହିଛନ୍ତି, ‘ମୁଁ ଲାଇଭ୍ ପରଫର୍ମ କରିବାକୁ ବହୁତ ଭଲ ପାଏ। ଏହା ଦ୍ୱାର କଳାକାର ଏବଂ ଦର୍ଶକଙ୍କ ମଧ୍ୟରେ ଭଲ କଲେକ୍ସନ୍ ହୋଇଥାଏ। ମୁଁ ଏଥର ମୋ ଗୀତରେ ଫରଫର୍ମ କରିବିନି। ମୋତେ ନିଜ ଗୀତରେ ପରଫର୍ମ କରିବାକୁ ଅନୁମତି ନାହିଁ, କିନ୍ତୁ ମୁଁ ବାପି ଦାଙ୍କୁ ଏକ ସ୍ପେସାଲ୍ ଟ୍ରିବ୍ୟୁଟ୍ ଦେବି। ମୁଁ ଏଥିପାଇଁ ବହୁତ ଏକ୍ସାଇଟେଡ୍ ଅଛି।