ଭୁୁବନେଶ୍ୱର: ଜନ୍ମମାଟିରେ ପହଂଚିଲା ସହିଦ ଯବାନଙ୍କ ପାର୍ଥିବ ଶରୀର । କାମାକ୍ଷାନଗର କେନ୍ଦୁଢ଼ିପ ଗାଁରେ ପହ୍ଚିଲା ସହିଦଙ୍କ ମରଶରୀର । ଶେଷ ଦର୍ଶନ ପାଇଁ ଗାଁ ଦାଣ୍ଡ ଲୋକାରଣ୍ୟ । ପୁରା ଗାଁରେ ଶୋକାକୁଳ ପରିବେଶ । ସମସ୍ତେ ନିଜର ବୀରପୁତ୍ରକୁ ହରାଇ ପୁରା ଗାଁ ମ୍ରିୟମାଣ ହୋଇପଡିଛି । ସମସ୍ତଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରିଆସୁଛି । ସିକିମ ବନ୍ୟାରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ସରୋଜ ଦାସ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ସରୋଜଙ୍କର ହେବ ଶେଷକୃତ୍ୟ ସମ୍ପନ୍ନ ।