19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଶାହାବାଜ ସରିଫ୍ ପ୍ରଧାନମନ୍ତ୍ରୀ

ଶାହାବାଜ ସରିଫ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସରିଲା ଦୀର୍ଘ ଦିନର ହାଇ ଭୋଲଟେଜ ଡ୍ରାମା । ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ ଖାନ । ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ମୋଟ ୧୭୪ ଜଣ ସଦସ୍ୟ ଏହି ଅନାସ୍ଥା ପ୍ରସ୍ତାବକୁ ଭୋଟ୍ ଦେଇଛନ୍ତି । ତେବେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରିବାକୁ ବିରୋଧୀ ଦଳଙ୍କୁ ୧୭୨ ଭୋଟ୍ ଆବଶ୍ୟକ ଥିଲା । ଆଉ ଏବେ ବିରୋଧୀ ଦଳର ନେତା ଶାହବାଜ ସରିଫ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ପଦ ପାଇଁ ବିରୋଧୀଦଳର ପସନ୍ଦ ଭାବରେ ଶେହବାଜ ସରିଫ । ପାକିସ୍ତାନ ପିପୁଲ୍‌ସ ପାର୍ଟି(PPP)ର ଅଧ୍ୟକ୍ଷ ବିଲାବଲ ଭୁଟେ ଜରଦାରି ମାର୍ଚ୍ଚ ୩୦ରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ  ଶେହବାଜ ସରିଫଙ୍କ ନାମ ଉପସ୍ଥାପନ କରିଥିଲେ । ଶାହବାଜ ଆଜି ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡିଛି । ନ୍ୟାସନାଲ ଆସେମ୍ବେଲି ସୋମବାର ଅପରାହ୍ନ ୨ ଟାରେ ପୁନର୍ବାର ବୈଠକ କରି ଗୃହର ନେତାଙ୍କୁ ମନୋନୀତ କରିବ ।

ଶାହବାଜ ସରିଫ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ର ସଭାପତି । ସେ ୧୯୫୦ ମସିହାରେ ଲାହୋରରେ ଏକ ଶିଳ୍ପପତି ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନଭାଇ । ସେ ତିନି ଥର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଅଗଷ୍ଟ ୨୦୧୮ ରେ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଚୌକି ପାଇଁ ଦାବି କରିଥିଲେ । ତେବେ ଭୁଟ୍ଟୋଙ୍କ ନେତୃତ୍ୱାଧୀନ ପିପିପି ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ଭୋଟ୍ ଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚନରେ ​​ଜିତିବାକୁ ସହଜ କରିଥିଲା । ସେ ଲାହୋରର ସରକାରୀ କଲେଜ ବିଶ୍ୱବିଦ୍ୟାଳୟର ସ୍ନାତକ । ସରିଫ ୧୯୮୫ ରେ ଲାହୋର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ର ସଭାପତି ହୋଇଥିଲେ ।

ସେ ପ୍ରଥମେ ୧୯୮୮ ରେ ପଞ୍ଜାବ ପ୍ରାନ୍ତିୟ ବିଧାନସଭା ଏବଂ ୧୯୯୦ରେ ନ୍ୟାସନାଲ ଆସେମ୍ବେଲିକୁ ନିର୍ବାଚିତ ହୋଇଥିଲେ । ସେ ପୁନର୍ବାର ୧୯୯୩ ରେ ପ୍ରାନ୍ତିୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳର ନେତା ହୋଇଥିଲେ । ୧୯୯୭ରେ, ସେ ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୯ ରେ ତତ୍କାଳୀନ ପାକିସ୍ତାନୀ ସେନା ମୁଖ୍ୟ ପରଭେଜ ମୁଶରଫଙ୍କ ଦ୍ବାରା ପୁଲୱାମା ଆକ୍ରମଣ ପରେ ଶେହବାଜ ସରିଫ କାରାଗାରରେ ରହିଥିଲେ ଏବଂ ପରେ ସାଉଦି ଆରବକୁ ନିର୍ବାସିତ କରାଯାଇଥିଲା । ୨୦୦୭ ରେ ସେ ପାକିସ୍ତାନକୁ ଫେରିଥିଲେ ଏବଂ ତୃତୀୟ ଥର ପାଇଁ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ବଡ ଭାଇ ପାନାମା ପେପର ସହ ଜଡିତ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ ୨୦୧୭ ରେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ । ଫେବୃଆରୀ ୨୦୧୮ ରେ, ସେ PML-N ର ସଭାପତି  ନିର୍ଦ୍ବନ୍ଦରେ ହୋଇଥିଲେ ।

ବିରୋଧୀ ଦଳଗୁଡିକ ପକ୍ଷରୁ ଶାହାବାଜଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା । (ଚଗଖ-ଘ) ସାସଂଦ ଶାହାବାଜ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking