19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶ୧୪ ଦିନିଆ ପୁଲିସ ରିମାଣ୍ଡ୍‌ରେ ସୀମା ପାତ୍ର

୧୪ ଦିନିଆ ପୁଲିସ ରିମାଣ୍ଡ୍‌ରେ ସୀମା ପାତ୍ର

ରାଞ୍ଚି : ଘରୋଇ ଚାକରାଣୀକୁ ନିର୍ଯାତନା ଦେବା ମାମଲାରେ ବୁଧବାର ଗିରଫ ହେବାପରେ ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ରଙ୍କୁ ସ୍ଥାନୀୟ ଏକ କୋର୍ଟ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ପୁଲିସ ରିମାଣ୍ଡ୍‌ରେ ପଠାଇଦେଇଛନ୍ତି । ତେବେ ସୀମା ପାତ୍ର ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି । ସୀମା ନିଜ ଘରୋଇ ଚାକିରାଣୀକୁ ଘରେ ବନ୍ଦ ରଖି ନିର୍ଯାତନା ଦେଉଥିବା ଘଟଣା ସୋମବାର ଜଣାପଡ଼ିବା ପରେ ଜୋର୍‌ଦାର ହୋହଲ୍ଲା ହୋଇଥିଲା । ସୂଚନାଯୋଗ୍ୟ, ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କ ପତ୍ନୀ ତଥା ବିଜେପି ନେତା ସୀମା ପାତ୍ର ସୁମତି ନାମକ ଜଣେ ୨୯ ବର୍ଷୀୟା ଆଦିବାସୀ ଦିବ୍ୟାଙ୍ଗ ଯୁବତୀଙ୍କୁ କାମ କରାଇବା ବାହାନାରେ ୮ ବର୍ଷ ଘରେ ବନ୍ଧକ ରଖିଥିଲେ । ପୀଡ଼ିତା କହିଛନ୍ତି, ବହୁଦିନ ଧରି ତାଙ୍କୁ ଭୋକିଲା ରଖାଯିବା ସହ ରଡ୍‌ରେ ସୀମା ପିଟୁଥିଲେ ଏବଂ ନିର୍ଯାତନା ଦେଉଥିଲେ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସୀମାଙ୍କ ପୁତ୍ରଠାରୁ ମିଳିଥିବା ସୂଚନା ଅନୁସାରେ ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା । ପୁଲିସ କହିଛି, ସୀମାଙ୍କ ପୁତ୍ରଙ୍କର ନ୍ୟୁରୋଲଜିକାଲ୍ ସମସ୍ୟା ରହିଛି ଏବଂ ସେ ରାଞ୍ଚିର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସେହି ସମୟରେ ସେ ନିଜର ଜଣେ ବନ୍ଧୁ ବିବେକ ବାସ୍‌କେଙ୍କୁ ପୀଡ଼ିତାଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ବିବେକ ପ୍ରଶାସନକୁ ଜଣାଇଥିଲେ ବୋଲି ପୁଲିସ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking