ନୂଆଦିଲ୍ଲୀ : ଭାରତରେ ସ୍ଫୁଟନିକ୍ ଲାଇଟ୍ କୋଭିଡ୍ ଟିକାର ଜରୁରିକାଳୀନ ଉପଯୋଗକୁ ମଞ୍ଜୁରୀ ମିଳିଛି । ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ସ୍ଫୁଟନିକ୍ ଟିକାର ସିଙ୍ଗଲ ଖୁରାକକୁ ଜରୁରିକାଳୀନ ଉପଯୋଗ ପାଇଁ ମଞ୍ଜୁରୀ ଦେଇଛି ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ ମାଣ୍ଡଭିୟା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଏହାଦ୍ୱାରା କୋଭିଡ୍ ବିରୋଧୀ ଲଢ଼େଇକୁ ଆଗେଇ ନେବ । ଦେଶର ସାମୁହିକ ଲଢ଼େଇକୁ ଆହୁରି ମଜଭୁତ୍ କରିବ । ସ୍ଫୁଟନିକ୍ ଦେଶରେ ଉପଯୋଗ ହେଉଥିବା ୯ତମ ଟିକା । ପୂର୍ବରୁ ଏହି ଟକା ବିଶ୍ୱର ୩୦ରୁ ଊର୍ଦ୍ଧ୍ୱ ଦେଶରେ ଉପଯୋଗ ନେଇ ଅନୁମତି ମିଳିଛି । ଏହି ଟିକାର ଉପଯୋଗ ଓମିକ୍ରନ୍ ବିରୋଧୀ ଭାଇରସ୍-ନିଷ୍ପ୍ରଭାବୀ କ୍ଷମତାକୁ ବୃଦ୍ଧି କରୁଛି ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।