29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶନାବାଳିକା ପତ୍ନୀର ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ବି ଦୁଷ୍କର୍ମ: ବମ୍ବେ ହାଇକୋର୍ଟ

ନାବାଳିକା ପତ୍ନୀର ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ବି ଦୁଷ୍କର୍ମ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ସହମତି ଭିତ୍ତିରେ ନାବାଳିକା ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବା ବି ଦୁଷ୍କର୍ମ। ଏକ ମାମଲାର ଶୁଣାଣି ସମୟରେ ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଯଦି ପତ୍ନୀ ନାବାଳିକା ହୋଇଥିବେ, ତେବେ ତାଙ୍କ ସହମତିରେ ବି ଶାରୀରିକ ସମ୍ପର୍କ ରଖିବା ଆଇନ ଅନୁସାରେ ଅପରାଧ ବୋଲି କୋର୍ଟ କହିଛନ୍ତି। ସୂଚନା ଅନୁସାରେ, ମହାରାଷ୍ଟ୍ରର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କ ସ୍ୱାମୀଙ୍କୁ ନିମ୍ନ ଅଦାଲତ ଦେଇଥିବା ୧୦ ବର୍ଷ ଜେଲ୍ ଦଣ୍ଡକୁ ବଳବତ୍ତର ରଖିଛନ୍ତି। ଏଥିସହ ୧୮ ବର୍ଷରୁ କମ୍ ବୟସର ଝିଅଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ଦୁଷ୍କର୍ମ, ସେ ବିବାହିତା ହୋଇଥିଲେ ବି ଏହା ଦୁଷ୍କର୍ମ ବୋଲି ହାଇକୋର୍ଟ କହିଛନ୍ତି।

ମାମଲା ଅନୁସାରେ, ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ସେତେବେଳେ ତାଙ୍କ ସ୍ୱାମୀ ଜୋର୍ ଜବରଦସ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହେବାରୁ ବାଧ୍ୟବାଧକତାର ସହ ବିବାହ କରିଥିଲେ। କିନ୍ତୁ ବିବାହ ପରେ ତାଙ୍କ ସ୍ୱାମୀ ସବୁବେଳେ ନିର୍ଜାତନା ଦେଇ ଆସୁଥିବା ଅଭିଯୋଗ କରିଥିଲେ। ଏପରିକି ଗର୍ଭସ୍ଥ ଶିଶୁକୁ ମଧ୍ୟ ଆବୋରସନ୍ କରାଇବାକୁ ଚାପ ପକାଉଥିଲେ। କେବଳ ଏତିକି ନୁହେଁ, ଗର୍ଭସ୍ଥ ଶିଶୁ ଆଉ କାହାର କହି ମାନସିକ ନିର୍ଜାତନା ମଧ୍ୟ ଦେଉଥିଲେ। ଏହାକୁ ନେଇ ଯୁବତୀ ଜଣକ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ସେ ନବାଳିକା ଥିବାରୁ ଅଦାଲତ ତାଙ୍କ ସ୍ୱାମୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ନିମ୍ନ ଅଦାଲକଙ୍କ ରାୟକୁ ତାଙ୍କ ସ୍ୱାମୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ନାବାଳିକା ପତ୍ନୀର ଅନୁମତିରେ ଶାରୀରିକ ସମ୍ପର୍କ ସ୍ଥାପନ ଅପରାଧ, ଏହା ଆଇନ ଦୃଷ୍ଟିରେ ଦୁଷ୍କର୍ମ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking