18.1 C
Bhubaneswar
Saturday, November 23, 2024
Homeଅପରାଧବିବାହର ୧୩ ବର୍ଷ ପରେ ବି ଯୌତୁକ ନିର୍ଯାତନା; ଜୀବନ ହାରିଲେ ବଧୂ

ବିବାହର ୧୩ ବର୍ଷ ପରେ ବି ଯୌତୁକ ନିର୍ଯାତନା; ଜୀବନ ହାରିଲେ ବଧୂ

ଜଗତସିଂହପୁର: ପୁଣି ଯୌତୁକ ଜୁଇଲେ ଜଳିଲେ ବଧୂ । ବର୍ଷ ବର୍ଷ ଧରି ଶାଶୁଘର ଲୋକଙ୍କ ଦ୍ୱାରା ଯୌତୁକ ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଭଟଣା ଗ୍ରାମରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ସେହି ଗ୍ରାମର ପୂଜାରାଣୀ ଲେଙ୍କା । ବିବାହର ୧୩ ବର୍ଷ ପରେ ବି ଶାଶୁଘର ଲୋକେ ତାଙ୍କୁ ଅଧିକ ଯୌତୁକ ଆଣିବାକୁ ଦାବି ଶାରିରୀକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏହାକୁ ସହ୍ୟ କରିପାରି ଶେଷରେ ସେ ଜୀବନ ହାରି ଦେଇଥିବା ନାଉଗାଁ ଥାନାରେ ଅଭିଯୋଗ ହୋଇଛି । ମୃତକଙ୍କ ବାପଘର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ପୂଜା ରାଣୀ ଲେଙ୍କା ଭଟଣା ଗ୍ରାମର ଭିକାରି ଲେଙ୍କାକୁ ଗତ ୧୩ ବର୍ଷ ପୂର୍ବେ ବିବାହ କରିଥିଲେ କ୍ଷ ବିବାହର କିଛି ଦିନ ପରେ ପୂଜାଙ୍କର ଏକ କନ୍ୟା ସନ୍ତାନ ଓ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା କ୍ଷ କିନ୍ତୁ ଦୀର୍ଘ ବର୍ଷ ପରେ ବି ସ୍ୱାମୀ ଓ ତାଙ୍କର ପରିବାର ଲୋକେ ପୂଜାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇଆସୁଥିଲେ ।

ବାରମ୍ବାର ନିର୍ଯାତିତ ହେବା ପରେ ଅତିଷ୍ଠ ହୋଇ ଶେଷରେ ସେ ବିଷ ପିଇ ଦେଇଥିଲେ । ଏହି ଖବର ପାଇ ମାତ୍ରେ ବାପଘର ଲୋକେ ପୂଜାରାଣୀଙ୍କୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ମୃତକଙ୍କ ବାପାଘର ଲୋକେ ଶାଶୁଘର ଲୋକଙ୍କ ବିରୋଧରେ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ ନାଉଗାଁ ପୋଲିସ ମେଡ଼ିକାଲରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଛି । ଏହାସହିତ ମୃତ ମହିଳାଙ୍କ ସ୍ୱାମୀକୁ ଥାନାକୁ ଆଣି ପଚରାଉଚରା କରୁଥିବା ଖବର ମିଳିଛି । କିଛି ଦିନ ତଳେ ନୂଆପଡା ଜିଲ୍ଲା ସରଧାପୁର ଗାଁରେ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଥିଲା । ମହିଳାଙ୍କ ବାପଘର ଲୋକେ ଏହି ଅଭିଯୋଗ କରିଥିଲେ । ମୃତ ମହିଳା ଥିଲେ ସରଧାପୁର ଗାଁର ଲିଙ୍ଗରାଜଙ୍କ ସ୍ତ୍ରୀ ସାବିତ୍ରୀ । ଯୌତୁକ ପାଇଁ ଲିଙ୍ଗରାଜ ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ମହିଳାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking