30.1 C
Bhubaneswar
Saturday, June 29, 2024
Homeଓଡିଶାରାଜଧାନୀରେ ସେକ୍ସ ରାକେଟ ଠାବ: ୩ ଗିରଫ

ରାଜଧାନୀରେ ସେକ୍ସ ରାକେଟ ଠାବ: ୩ ଗିରଫ

ଭୁବନେଶ୍ୱର: ସେକ୍ସ ରାକେଟ୍ ଚଳାଇବା ଏବଂ ଏହି କାରବାରରେ ଗ୍ରାହକ ସାଜିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ନରେଶ କୁମାର ରାଣା, ରାଜକିଶୋର ସାହୁ ଏବଂ ସୁଶାନ୍ତ ପ୍ରଧାନ । ସେମାନଙ୍କ ଠାରୁ ୩ଟି ମୋଟର ସାଇକଲ, ୭ଟି ମୋବାଇଲ, କଣ୍ଡୋମ୍ ପ୍ୟାକେଟ, ଗୋଟିଏ ଲାପ୍‌ଟପ୍ ଏବଂ ଗୋଟିଏ ଡାଇରୀ ଜବତ କରାଯାଇଛି । ପୁଲିସ ସୂଚନା ମୁତାବକ, ଲିଙ୍ଗରାଜ ଥାନା ନାଗେଶ୍ୱରଟାଙ୍ଗୀ ଅଞ୍ଚଳରେ ଏକ ସେକ୍ସ ଠାବ କରାଯାଇଛି ।

ଏକ ଭଡା ଘରେ ଉକ୍ତ ସେକ୍ସ ରାକେଟ୍ ଚାଲଉଥିଲା । ଏମାନେ ସାଇ ସେବା ଟ୍ରଷ୍ଟ ନାମରେ ଏକ ଅଫିସ ଖୋଲିଥିଲେ । ଚତୁରତାର ସହ ଏହାକୁ ଏକ ସେବା ସଂସ୍ଥା ବୋଲି ନାମିତ କରିଥିଲେ । ଏହି ନାମରେ ବୋର୍ଡ ମଧ୍ୟ ଲଗାଇଥିଲେ । ଏଠାରେ ଯୁବତୀମାନଙ୍କୁ ଅଣାଯାଉ ଥିଲା । ସେକ୍ସ ରାକେଟ୍‌ରେ ନିୟୋଜିତ ହେଉଥିଲେ । ତେବେ ରାତି ଅଧିଆ ଗାଡି ଲାଗିବା ଏବଂ ଗାଡିରେ ଯୁବତୀ ଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢିଥିଲା । ଯାହାଫଳରେ ପୁଲିସକୁ ଏସମ୍ପର୍କରେ ଖବର ଦେଇଥିଲା । ପୁଲସ ରେଡ୍ କରି ସମସ୍ତଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking