କଟକ: ମାତ୍ର ୧୫ ଦିନ ବ୍ୟବଧାନ ପରେ କଟକ ସହରରେ ପୁଣି ଏକ ସେକ୍ସ ର୍ୟାକଟେର ପର୍ଦ୍ଦାଫାସ୍ କରିଛି କମିଶନ୍ରେଟ ପୁଲିସ । ରାଧାନାଥ ଟ୍ରେନିଂ ସେଣ୍ଟର ଅଞ୍ଚଳରେ ଲାଲ୍ବାଗ ପୁଲିସ ଅତର୍କୀତ ଚଢଉ କରି ଏହି କାରବାରରେ ସଂପୃକ୍ତ ୬ ଜଣଙ୍କୁ ନେଇ ଥାନାରେ ଅଟକ ରଖିଛି । ଏହି ଧନ୍ଦା ଏକ ସରକାରୀ କ୍ୱାଟର୍ସରେ ପ୍ରାୟ ବର୍ଷେ ହେବ ଚାଲୁଥିଲା । ଉକ୍ତ କ୍ୱାଟର୍ସରେ ପିଚ୍ଡି ବିଭାଗରେ କାର୍ଯ୍ୟକରୁଥିବା ଶରତ ଚନ୍ଦ୍ର ଚାନ୍ଦ ଓ ତାଙ୍କ ସ୍ତ୍ରୀ ଝୁନୁ ଚାନ୍ଦ ରହୁଥିଲେ ।
ଚଢଉ ବେଳେ ସେଠାରେ ୨ଜଣ ଦେହଜୀବୀ ଆପତ୍ତି ଜନକ ଅବସ୍ଥାରେ ଗ୍ରାହକମାନଙ୍କ ସହିତ ଥିଲେ । ସ୍ଥାନୀଅ ଅଂଚଳର ମହିଳା ଦଲାଲ ସୁଜାତାଙ୍କ ସମେତ ଗ୍ରାହକ କଟକ ଶାର୍ତ୍ତୋଳର ଦୁର୍ଯ୍ୟୋଧନ ସେଠୀ ପୁଲିସ ହାତରେ ଧରପଡ଼ିଯାଇଥିଲେ । ଓଡ଼ିଶାର ଏକ ସ୍ୱାନାମ ଧନ୍ୟ ଶିକ୍ଷାନୁଷ୍ଠାନ ନିକଟରେ ଏଭଳି କାରବାର ଚାଲିଥିଲା ।
ଏହାକୁ କିଏ କିପରି ଚଳାଉଥିଲା ,ଶିକ୍ଷାନୁଷ୍ଠାନର କୌଣସି କର୍ମଚାରୀ ଏଥିରେ ସଂପୃକ୍ତି ରହିଛି କି ନାହିଁ ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ । ସୂଚନାଯୋଗ୍ୟ ଗତ ୧୬ ତାରିଖରେ ମର୍କତ ନଗରର ଆୟୁସ ପ୍ୟାଲେସ୍ରେ ଥିବା ଏହି ଓୟୋ ହେଟଲ୍ରେ ଦୀର୍ଘଦିନ ଧରି ଦେହ ବେପାର ଚାଲିଥିଲା । ଏହି ଘଟଣାରେ ପୁଲିସ ଦେହଜବୀ ଓ ଗ୍ରାହକ ମିଶାଇ ୬ ଜଣଙ୍କୁ ଗିରଫ କରିଥିଲା । କଟକ ସହରରେ ନିଶା କାରବାର ବଢି ଚାଲିଥିବା ବେଳେ ଏବେ ଦେହ ବେପାର ପୁଲିସର ମୁଣ୍ଡବିନ୍ଧାକୁ ବଢାଇ ଦେଇଛି ।