27.1 C
Bhubaneswar
Thursday, June 27, 2024
Homeଦେଶ ବିଦେଶଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଜାରି ହେତୁ ଅନେକ ଟ୍ରେନ୍‌ ବାତିଲ

ଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଜାରି ହେତୁ ଅନେକ ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ: ଗତକାଲିର ଟ୍ରେନ ଦୁର୍ଘଟଣାରେ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଟ୍ରେନ୍‌ଟି ଦୁର୍ଘଟଣା ପରେ ରାତି ୩.୧୬ରେ ସିୟାଲଦହ ଷ୍ଟେସନରେ ପହଞ୍ଚିଛି। ଟ୍ରେନ୍‌ଟି ଯିବା ପରେ ଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଜାରି ରହିଛି। ଏହି କାରଣରୁ ଏବେ ଟ୍ରେନକୁ ବାତିଲ ଓ ମାର୍ଗଚ୍ୟୁତ କରାଯାଇଛି। ଦୁର୍ଘଟଣା ପରେ ଏବେ ଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଚାଲିଛି। ସୂଚନାନୁସାରେ, କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ ତ୍ରିପୁରା ରାଜଧାନୀ ଅଗରତାଲାରୁ ପଶ୍ଚିମବଙ୍ଗର ସିୟାଲଦହକୁ ନିୟମିତ ଚଳାଚଳ କରିଥାଏ। ନିର୍ଦ୍ଧାରିତ ସମୟାନୁସାରେ, ଅଗରତାଲାରୁ ୧୬ ତାରିଖ ସକାଳ ୮ଟାରେ ବାହାରିଥିଲା। ସେହିଦିନ ସକାଳ ୧୧ଟାରେ ଗୁଆହାଟି ଷ୍ଟେସନ୍‌ରେ ପହଞ୍ଚିଥିଲା। ଦାର୍ଜିଲିଂ ଜିଲ୍ଲା ନ୍ୟୁଜଲପାଇଗୁଡ଼ି ନିକଟ ରଙ୍ଗାପାଣି ଷ୍ଟେସନ୍‌ ଠାରୁ ୮ କିମି ଦୂରରେ କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ଟି ଠିଆ ହୋଇଥିଲା। ପ୍ରାୟ ୯ଟା ବେଳେ ଏକ ମାଲବାହୀ ଟ୍ରେନ୍‌ ସିଗ୍‌ନାଲ୍‌ ଖୁଣ୍ଟ ଅତିକ୍ରମ କରି ପଛପଟୁ ‌ଧକ୍କା ଦେଇଥିଲା। ଫଳରେ ମାଲବାହୀ ଟ୍ରେନ୍‌ର ଇଂଜିନ୍‌ ଉପରକୁ କାଞ୍ଚନଜଙ୍ଘାର ପଛପଟର ଗୋଟିଏ ପାର୍ସଲ ବଗି ଉଠିଯାଇଥିଲା। ଅନ୍ୟ ଏକ ପାର୍ସଲ୍‌ ବଗି ଓ ଯାତ୍ରୀବାହୀ ବଗି ରେଳଧାରଣା ତଳକୁ ଖସିପଡ଼ିଥିଲା। ଯାତ୍ରୀବାହୀ ବଗିଟି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ତେବେ ଦୁର୍ଘଟଣାର କିଛି ସମୟ ପରେ କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ ନୂଆ ଜଲପାଇଗୁଡ଼ି ଷ୍ଟେସନ୍‌ରେ ପହଞ୍ଚି ସେଠାରୁ କୋଲକାତା ଅଭିମୁଖେ ଯାତ୍ରା କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking