31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶ୨୯ମହଲାରୁ ଡେଇଁ ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ

୨୯ମହଲାରୁ ଡେଇଁ ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ

ବେଙ୍ଗାଲୁର: ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ । ବାପା-ମା’ଙ୍କ ସହ ୨୯ନମ୍ୱର ମହଲାରେ ରହୁଥିଲା ନାବାଳିକା । ହେଲେ ହଠାତ ଆଜି ସକାଳୁ ତାର ମୃତଦେହ ଉଦ୍ଧାର ହୋଇଛି । ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମାତ୍ର ମୃତଦେହ ନିକଟରୁ କୌଣସି ସୁଇସାଇଡ ନୋଟ ଜବତ ହୋଇନଥିବା ପୋଲିସ ସୂଚନା ଦେଇଛି । ଆଜି ଭୋରରୁ ଫ୍ଲାଟର ତଳ ମହଲାରେ ଥିବା ବ୍ୟକ୍ତି ମୃତଦେହ ପଡିଥିବା ଦେଖିଥିଲେ । ଅନ୍ୟମାନେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ପରେ ମୃତ ନାବାଳିକା ୨୯ନମ୍ୱର ମହଲାରେ ରହୁଥିବା ଜଣାପଡିଥିଲା । ମୃତ ନାବାଳିକାର ବାପା ଜଣେ ସଫ୍ଟୱେୟାର ଇଂଜିନିୟର ଓ ମା’ ଜଣେ ଗୃହିଣୀ । ବାପା ୬ମାସ ପୂର୍ବରୁ ଚାକିରି ଛାଡିଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛି । ତେବେ ଛାତ୍ରୀ ଜଣକ ଭୋର ପ୍ରାୟ ୪ଟା ୩୦ରୁ ଉଠିଥିବା ମା’ କହିଛନ୍ତି । ଝିଅକୁ ପଚାରିବାରୁ କିଛି ଉତ୍ତର ନଦେଇ ସେ ରୁମକୁ ପଳାଇଥିଲା । ତେବେ ନାବାଳିକାର ମୃତଦେହ ନିକଟରୁ କୌଣସି ଫୋନ, ଗ୍ୟାଜେଟ ବା ସନ୍ଦେହଜନକ ସାମଗ୍ରୀ ଜବତ ହୋଇନି । କିପରି ମୃତ୍ୟୁ ହେଲା ସେନେଇ ସ୍ପଷ୍ଟ ସୂଚନା ମିଳିନି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking