26.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଆସାମ-ଅରୁଣାଚଳ ସୀମା ବିବାଦର ସମାଧାନ; ନୂଆଦିଲ୍ଲୀରେ ଏମ୍‌ଓୟୁରେ ସ୍ୱାକ୍ଷର କଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ

ଆସାମ-ଅରୁଣାଚଳ ସୀମା ବିବାଦର ସମାଧାନ; ନୂଆଦିଲ୍ଲୀରେ ଏମ୍‌ଓୟୁରେ ସ୍ୱାକ୍ଷର କଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୁଆଦିଲ୍ଲୀ: ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ହୋଇଛି । ଗୁରୁବାର ନୂଆଦିଲ୍ଲୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଓ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏକ ବୁଝାମଣା (ଏମ୍‌ଓୟୁ)ରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ଅମିତ୍ ଶାହ କହିଛନ୍ତି ସମାଧାନ ପାଇଁ ବୁଝାମଣାରେ ହସ୍ତାକ୍ଷର ହେବା ଏକ ବଡ଼ ଉପଲବ୍ଧି ।

ଆଜି ଆମେ ଏକ ବିକଶିତ, ଶାନ୍ତିପୂର୍ଣ୍ଣ ଏବଂ ସଂଘର୍ଷମୁକ୍ତ ଉତ୍ତର-ପୂର୍ବାଞ୍ଚଳର ସ୍ଥାପନା ପାଇଁ ମାଇଲ୍ ଷ୍ଟୋନ୍ ଅତିକ୍ରମ କରିଛୁ । ମିଡିଆ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ସରମାଙ୍କ ଅଧ୍ୟକ୍ଷତାରେ ଗୁଆହାଟୀରେ ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହା ପୂର୍ବରୁ ୨୦୨୨ ମାର୍ଚ୍ଚରେ ଆସାମ ଏବଂ ମେଘାଳୟ ସରକାର ୫୦ ବର୍ଷ ପୁରୁଣା ସୀମା ବିବାଦର ସମାଧାନ ପାଇଁ ଏକ ଏମ୍‌ୟୁଓରେ ସ୍ୱାକ୍ଷର କରିଥିଲେ ।

ସୂଚନାଯୋଗ୍ୟ ୧୯୭୨ରେ ଆସାମରୁ ଅଲଗା ହୋଇ ଅରୁଣାଚଳ ପ୍ରଦେଶ ଗଠିତ ହୋଇଥିଲା । ଦୁଇ ରାଜ୍ୟ ମଧ୍ୟରେ ୮୦୪.୧ କିଲୋମିଟର ଦୀର୍ଘ ସୀମା ରହିଥିବା ବେଳେ ୧୯୭୯ ଠାରୁ ଆସାମର ଏକ ହଜାର ସମତଳ ଅଞ୍ଚଳ ଉପରେ ଅରୁଣାଚଳ ପ୍ରଦେଶ ଦାବି କରିଆସୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking