ନୂଆଦିଲ୍ଲୀ : ସୋମବାର ଷ୍ଟକ୍ମାର୍କେଟରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଛି । ଘରୋଇ ଇକ୍ୱିଟୀ ମାର୍କେଟରେ ୦.୭୫ ପ୍ରତିଶତ ବୃଦ୍ଧି ଘଟିଥିବାରୁ ଦେଶର ଅର୍ଥନୈତିକ ସ୍ଥିତି ସଠିକ୍ ରାସ୍ତାରେ ଯାଉଥିବା ଅନୁମାନ କରାଯାଉଛି । ସୋମବାର କାରବାର ଶେଷ ସୁଦ୍ଧା ସେନ୍ସେକ୍ସ ୪୪୩ ପଏଣ୍ଟ ବୃଦ୍ଧି ପାଇ ୫୯,୨୪୬ରେ ପହଞ୍ଚିଥିବାବେଳେ ନିଫ୍ଟି ୧୨୬ ପଏଣ୍ଟ ବୃଦ୍ଧି ପାଇ ୧୭,୬୬୬ରେ ପହଞ୍ଚିଥିବା ଜଣାପଡିଛି । ସେନ୍ସେକ୍ସରେ ବୃଦ୍ଧି ଘଟିଥିବାରୁ ଆଇଟିସି, ସନ୍ ଫାର୍ମା, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍, ଟାଟା ଷ୍ଟିଲ, ଏଚ୍ସିଏଲ, ଲାର୍ସେନ ଆଣ୍ଡ୍ ଟ୍ୟୁବ୍ରୋ ଏବଂ ଆଇସିଆଇସିଆଇ ଭଳି କମ୍ପାନୀର ଅଂଶଧନ ବୃଦ୍ଧି ପାଇଥିବାବେଳେ ନିଫ୍ଟି ଯୋଗୁଁ ହିନ୍ଦାଲକୋ, ଜିନ୍ଦଲ ଷ୍ଟିଲ, ଗ୍ରାସିମ୍ ଓ ସିପ୍ଲା ଭଳି କମ୍ପାନୀର ଅଂଶଧନରେ ଉନ୍ନତି ପରିଲକ୍ଷିତ ହୋଇଛି ।